ଓଡ଼ିଶା 365 (ବ୍ୟୁରୋ) : ଶୀତ ଆରମ୍ଭ ହେବା ମାତ୍ରେ ସମସ୍ତଙ୍କୁ ଡ୍ରାଏ ଫ୍ରୁଟସ୍ ଖାଇବାକୁ ପରାମର୍ଶ ଦିଆଯାଏ। ବାସ୍ତବରେ ଶୀତଦିନେ ଡ୍ରାଏ ଫ୍ରୁଟସ୍ ଖାଇବା ଶରୀର ପାଇଁ ବେଶ୍ ଫାଇଦାବାନ୍ । ଏପରି ଏକ ଡ୍ରାଏ ଫ୍ରୁଟସ୍ ହେଉଛି କାଜୁ । ଯାହା କେବଳ ସ୍ୱାଦିଷ୍ଟ ନୁହେଁ, ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, କ୍ୟାଲସିୟମ୍, ଆଇରନ୍, ଫାଇବର, ଫୋଲେଟ୍, ମ୍ୟାଗ୍ନେସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟର ଭପପୁର ମାତ୍ରାରେ ରହିଛି । ତେବେ, ଆସନ୍ତୁ ଜାଣିବା କାଜୁ ଖାଇବା ଦ୍ବାରା ଆମ ଶରୀରକୁ କିଭଳି ଫାଇଦା ମିଳିଥାଏ । ମଧୁମେହ ରୋଗୀମାନେ ଦୌନିକ ଖାଦ୍ୟରେ କାଜୁ ବାଦାମ ଅନ୍ତର୍ଭୂକ୍ତ କରିବା ଉଚିତ। କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯାହା ରକ୍ତରେ ଶର୍କରା ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ । ଏବଂ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ ।
ହାଡକୁ ଶକ୍ତିଶାକ୍ତି କରାଇବା ପାଇଁ ଖାସ କରି ଶୀତ ଦିନେ କାଜୁ ବାଦାମ ଖାଇବା ଉଚିତ୍ । କାରଣ ଏହା କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମର ଏକ ସମୃଦ୍ଧ ଉତ୍ସ । ଯାହା ଆମ ଶରୀରରେ ଦୁର୍ବଳ ହାଡକୁ ମଜବୁତ୍ କରିବାରେ ସହାୟକ ହୋଇଥାଏ । ଯେଉଁମାନେ ଓଜନ ବଢାଇବାକୁ ଚାହୁଁଛନ୍ତି ଏବଂ ପେଟର ଚର୍ବି ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ନିୟମିତ ଭାବରେ କାଜୁ ଖାଇବା ଉଚିତ । କାରଣ ଏଥିରେ ଫାଇବରରେ ଭରପୂର ମାତ୍ରାରେ ରହିଛି । ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ସାଧାରଣତଃ ଅଧିକାଂଶ ଲୋକେ ବର୍ତ୍ତମାନ କେଶ ଝଡିବା ସମସ୍ୟା ଦେଇ ଗତି କରି ଥାନ୍ତି । ଏଥି ମଧ୍ୟରେ କେଶ ଦୁର୍ବଳ ହେବା, ଉଜ୍ଜ୍ୱଳତା ହ୍ରାସ ଏବଂ କେଶ ଧୂସର ହେବା ଅନ୍ତର୍ଭୁକ୍ତ । ଯଦି ଆପଣ କାଜୁ ଖାଇବା ଆରମ୍ଭ କରନ୍ତି, ତେବେ କିଛି ଦିନ ମଧ୍ୟରେ କେଶ ନରମ, ଘନ ହେବା ସହ ମୂଳରୁ ଶକ୍ତିଶାଳୀ ହୋଇଥାଏ । ଏବଂ କେଶରେ ଚମକ ମଧ୍ୟ ଆସିଥାଏ ।