ଓଡ଼ିଶା 365 (ବ୍ୟୁରୋ) : ମୁଣ୍ଡ ଓ ବେକର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ ତାହାକୁ ମୁଣ୍ଡ ବିନ୍ଧା ହେଉଛି ବୋଲି କହନ୍ତି । ଏହା ଏକ ଲକ୍ଷଣ, ରୋଗ ନୁହେଁ । ମୁଣ୍ଡ ଓ ବେକରେ ହେଉଥିବା ଅନେକ ରୋଗରେ ଏହା ଏକ ଲକ୍ଷଣ ରୂପେ ପ୍ରକାଶ ପାଏ । ଲୋକମାନେ ଏହାକୁ ଶିର ପୀଡ଼ା, ଶିର ବେଦନା, ମୁଣ୍ଡ ବ୍ୟଥା ଓ ମୁଣ୍ଡ ବଥା ନାମ ମଧ୍ୟ ଦେଇଥାଆନ୍ତି । ମସ୍ତିଷ୍କ ଜୀବକୋଷରେ ଯନ୍ତ୍ରଣାଗ୍ରାହୀ ସ୍ନାୟୁ କୋଷ ନ ଥାଏ । ଏହାର ଚାରିଆଡେ ଥିବା ଅନ୍ୟ ତନ୍ତୁ ଯଥା ପେରିଓସ୍ଟିଅମ, ମାଂସ ପେଶୀ, ସ୍ନାୟୁ, ରକ୍ତ ନଳୀ ଚର୍ମ ତଳ ତନ୍ତୁ, ଆଖି, କାନ, ସାଇନସ୍ ଓ ଶ୍ଳେଷ୍ମ ଝିଲ୍ଲୀରେ କିଛି ରୋଗ ଥିଲେ ଯନ୍ତ୍ରଣା ହୁଏ, କାରଣ ଏ ଗୁଡିକରେ ସ୍ନାୟୁ ଥାଆନ୍ତି । ଏହାର ଚିକିତ୍ସା ମୂଖ୍ୟତଃ ରୋଗର ମୂଳ କାରଣ ଅନୁସାରେ କରାଯାଏ, କିନ୍ତୁ ଉପଶମ ନିମନ୍ତେ ପୀଡ଼ା ନାଶକ ଔଷଧ ଦିଆଯାଏ ।
ଆପଣ ଜାଣନ୍ତିକି ପ୍ରାୟ ୨୦୦ ପ୍ରକାର ମୁଣ୍ଡ ବିନ୍ଧା ମଧ୍ୟରେ ବିପଦ ଶୂନ୍ୟଠାରୁ ଆରମ୍ଭ କରି ଜୀବନ ହାନୀକାରି ମୁଣ୍ଡ ବିନ୍ଧା ଅଛି । ଉପଯୁକ୍ତ ବର୍ଣ୍ଣନା ଓ ସ୍ନାୟୁ ପରୀକ୍ଷା କଲେ ପରବର୍ତ୍ତୀ ଇନ୍ଭେସ୍ଟିଗେସନ ଓ ଉପଯୁକ୍ତ ଚିକିତ୍ସା କରାଯାଇଥାଏ । ଏହି ଦଳରେ ଚାପଯୁକ୍ତ ମୁଣ୍ଡ ବିନ୍ଧା ଓ ମାଇଗ୍ରେନ ଅନ୍ତର୍ଭୁକ୍ତ । ଏଥିରେ ଗୋଟିଏ ପାଖ ମୁଣ୍ଡ ବିନ୍ଧେ, ଧକ ଧକ କରେ, ବାନ୍ତି ଲାଗେ ଓ ୩ ଘଣ୍ଟାରୁ ୩ ଦିନ ପର୍ଯ୍ୟନ୍ତ ରହେ । କ୍ୱଚିତ ହେଉଥିବା ରୋଗ ମଧ୍ୟରେ ଟ୍ରାଇଜେମିନାଲ୍ ନିଉରାଲଜିଆ, କ୍ଲସ୍ଟର ମୁଣ୍ଡ ବିନ୍ଧା ଓ ହେମିକ୍ରାନିଆ କଣ୍ଟିନୁଆରେ ମୁଣ୍ଡର ଗୋଟିଏ ପାଖରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ । ମୁଣ୍ଡ ତଥା ବେକରେ ହେଉଥିବା କେତେକ ଅବସ୍ଥାରେ ଓ ରୋଗରେ ମୁଣ୍ଡ ବିନ୍ଧା ହୁଏ । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିପଦ ପୂର୍ଣ୍ଣ ନୁହନ୍ତି । କେତେକ ବିଶିଷ୍ଟ ପ୍ରକୃତି ଯୋଗୁ ବିଭିନ୍ନ ବିପଦପୂର୍ଣ୍ଣ ରୋଗର ସମ୍ଭାବନା ଦେଖାଯାଏ । କେତେକ ଲାଲ ପତାକା ଲକ୍ଷଣ ଥିଲେ ବିଶେଷଜ୍ଞଙ୍କଦ୍ୱାରା ଜାଞ୍ଚ କରିବା ଅପରିହାର୍ଯ୍ୟ ହୁଏ ।
ଅଳ୍ପ କେତେକ ମିନିଟରେ ମୁଣ୍ଡ ବିନ୍ଧା ହେବା ଗୋଟିଏ ଅଙ୍ଗ ଅଚଳ ହେବା, ସ୍ନାୟୁଗତ ପରୀକ୍ଷାରେ ବ୍ୟତିକ୍ରମ ଦେଖାଯିବା, ଦୃଷ୍ଟି ଶକ୍ତି କମିଯିବା, ଚୋବେଇବା ବେଳେ ଯନ୍ତ୍ରଣା ହେବା, ବେକ ଲାଠି ହୋଇଯିବା, ଜର, ଏଚ୍.ଆଇ.ଭି, କ୍ୟାନସର ଓ ଥ୍ରୋମ୍ବୋସିସ୍ । ସବାଆରାକ୍ନଏଡ୍ ରକ୍ତସ୍ରାବ ହେଲେ ଥଣ୍ଡରକ୍ଲାପ ମୁଣ୍ଡ ବିନ୍ଧା ହୁଏ, ଓ ଏହା ମସ୍ତିଷ୍କ ଆନିଉରିଜ୍ମ୍ ଜନିତ ରକ୍ତନଳୀ ଫାଟି ଗଲେ ହୁଏ । ମେନିଞ୍ଜାଇଟିସ ଯୋଗୁ ମୁଣ୍ଡ ବିନ୍ଧା ହୁଏ । ଖପୂରି ମଧ୍ୟରେ ଚାପ ବଢିଲେ ମୁଣ୍ଡ ବିନ୍ଧା ଅଧିକ ହୁଏ, ଏହା ସକାଳେ ଅଧିକ ହୁଏ ଓ ବାନ୍ତି ହୁଏ । ବ୍ରେନ ଟ୍ୟୁମର, ଇଡିଓପ୍ୟାଥିକ ଇଣ୍ଟ୍ରାକ୍ରାନିଆଲ୍ ଉଚ୍ଚ ରକ୍ତ ଚାପ ଓ ସେରେବ୍ରାଲ ଭେନସ ସାଇନସ ଥ୍ରୋମ୍ବୋସିସ୍ ଯୋଗୁ ଖପୂରି ଭିତରେ ଚାପ ବଢିଯାଏ । କାର୍ବନ ମୋନୋଅକ୍ସାଇଡ ବିଷ ଯୋଗୁ ମୁଣ୍ଡ ବିନ୍ଧା ସହ ବାନ୍ତି, ପେଶୀ ଦୂର୍ବଳତା ହୁଏ, ଗ୍ଲକୋମା ଯୋଗୁ ଆଖି ଚାହିପଟେ ବିନ୍ଧା ହୁଏ ।