ଓଡ଼ିଶା 365 (ବ୍ୟୁରୋ): କର୍ମମୟ ଜୀବନରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ବ ବଢିଛି। ସାଥିରେ ଆବଶ୍ୟକ ପଡୁଛି ଫାଷ୍ଟ-ଏଡ ବକ୍ସ,ଯାହା ଅନେକ ସମୟରେ ବହୁମୂଲ୍ୟ ଜୀବନ ବଞ୍ଚାଉଛି। ପ୍ରତିବର୍ଷ ଆଜିର ଦିନ ଅର୍ଥାତ ସେପ୍ଟେମ୍ବର ୯ ତାରିଖକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଉଛି। ଏଥିସହ ଜନସାଧାରଣଙ୍କୁ ଦୈନନ୍ଦିନ ଜୀବନରେ ସଙ୍କଟ ପରିସ୍ଥିତିରେ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଇବା ସହ ଲୋକମାନଙ୍କୁ ଅବଗତ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ରହିଛି। ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ଏବଂ ତାର ଆବଶ୍ୟକ କିଟ୍ ବିଷୟରେ ଜଣାଇବା ସହ ଜନସାଧାରଣଙ୍କୁ ସଚେତନ ଲାଗି ପ୍ରତିବର୍ଷ ପାଳନ ହେଉଛି ଏହି ଦିବସ। ପ୍ରାଥମିକ ଚିକିତ୍ସା ଦ୍ବାରା ବଞ୍ଚିପାରିବ ଅନେକ ବ୍ୟକ୍ତିଙ୍କ ଜୀବନ ।ଦୁର୍ଘଟଣା ଘଟିଲେ ପ୍ରଥମେ କିପରି ପ୍ରାଥମିକ ଚିକିତ୍ସା କରାଯାଏ ସେ ବିଷୟରେ ଜାଣିବା ନିହାତି ଆବଶ୍ୟକ ।
ପ୍ରାଥମିକ ଚିକିତ୍ସା କ’ଣ ? ତାର ଆବଶ୍ୟକ ପ୍ରଥମେ ବୁଝିବା ଉଚିତ୍। ପ୍ରାଥମିକ ଚିକିତ୍ସା ହେଉଛି ରୋଗୀ ଏବଂ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇବା ପୂର୍ବରୁ ଦିଆଯାଉଥିବା ଚିକିତ୍ସା। ତେବେ ପ୍ରାଥମିକ ଚିକିତ୍ସା ପାଇଁ ଯେଉଁ ବକ୍ସରେ ଅତ୍ୟାବଶକୀୟ ଉପକରଣ ରଖାଯାଇଥାଏ, ତାହାକୁ ଫାଷ୍ଟ ଏଡ ବକ୍ସ କୁହାଯାଏ। ହସ୍ପିଟାଲ ଯାଇ ଚିକିତ୍ସା ହେବା ପୂର୍ବରୁ ଯେଉଁ ଚିକିତ୍ସା ଦିଆଯାଏ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ। ଅନେକ ସମୟରେ ପ୍ରାଥମିକ ଚିକିତ୍ସା ଅଭାବରୁ ଅନେକ ଜଣଙ୍କର ମୃତ୍ୟୁ ହୋଇଥାଏ। ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଜୀବନ ବଞ୍ଚାଇବା ପାଇଁ ଯେଉଁ ଚିକିତ୍ସା କରାଯାଏ ତାହାକୁ ପ୍ରାଥମିକ ଚିକିତ୍ସା କୁହାଯାଏ।
୨୦୦୦ ମସିହାରେ ଅନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ସୋସାଇଟିସ୍ ପକ୍ଷରୁ ପ୍ରଥମେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଆରମ୍ଭ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ସଭିଏଁ ହେବା ସଚେତନ ପ୍ରାଥମିକ ଚିକିତ୍ସା ପାଇଁ ବଞ୍ଚିଯିବ ବହୁମୂଲ୍ୟ ଜୀବନ।