ଓଡ଼ିଶା 365 (ବ୍ୟୁରୋ) : ବଦଳିବ ଜି-୨୦ର ନା । ବର୍ତ୍ତମାନ ଏହା ଜି-୨୦, ଜି-୨୧ ନାରେ ଜଣାଯିବ । କାରଣ ଆଫ୍ରିକୀୟ ୟୁନିଅନକୁ ଜି-୨୦ର ସ୍ଥାୟୀ ସଦସ୍ୟତା ପଦ ଦିଆଯାଇଛି । ଭାରତ ନିଜକୁ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ସ୍ଥାପିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆଫ୍ରିକୀୟ ୟୁନିୟନକୁ ଜି-୨୦ ସଦସ୍ୟ ଭାବରେ ନିମନ୍ତ୍ରଣ କରୁଛନ୍ତି । ଏହା ସହ ତାଙ୍କୁ ସ୍ଥାନ ଅଧିକାର କରିବା ପାଇଁ କହିଛନ୍ତି । ଏହା ପରେ ସାରା ପରିବେଶ କରତାଳିରେ ଭରି ଉଠିଥିଲା । ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ । ତେବେ ବର୍ତ୍ତମାନ ଏହା ଜି-୨୦ ବଦଳରେ ଜି-୨୧ ନାରେ ଜଣାଯିବ । ସବକା ସାଥ, ସବକା ବିଶ୍ୱାସ, ସବକା ପ୍ରୟାସ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଜ-୨୦ ସଂଗଠନରେ ମୋଟ ୨୦ଟି ଦେଶ ସାମିଲ ଥିଲେ । ଏବେ ଏହାର ସଦସ୍ୟତା ସଂଖ୍ୟା ୨୧ ହେବାକୁ ଯାଉଛି ।