ଓଡ଼ିଶା 365 (ବ୍ୟୁରୋ) : ଆଜି ହେଉଛି ଶନିବାର, ଶନିଦେବଙ୍କ ପାଇଁ ଏହି ବାରଟି ଉଦ୍ଦିଷ୍ଟ। ଶନି ହେଉଛନ୍ତି ନ୍ୟାୟର ଦେବତା । ସେଥିପାଇଁ ଲୋକ ଶନିଙ୍କ କୋପରୁ ରକ୍ଷା ପାଇବା ପାଇଁ କାଇଁ କେତେ ପୂଜାର୍ଚ୍ଚନା କରିଥାନ୍ତି । ଶନି ଦୋଷରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । ଶନି ଦୋଷ ଥିଲେ ଜୀବନର ସବୁ କାର୍ଯ୍ୟ ଅସଫଳ ହୋଇଥାଏ ଓ ଶରୀର ମଧ୍ୟ ଅସୁସ୍ଥ ରୁହେ । ଶନି ଦେବଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ଶନିବାର ଦିନ ଶନି ଦେବତାଙ୍କ ପୂଜା କରିବା । ଶନିଦେବଙ୍କୁ ତେଲ ଅର୍ପଣ କରିବା ଓ କଳା ଜିନିଷର ଦାନ କରିବା। ଏହାସହିତ ତଳେ ଦିଆଯାଇଥିବା ମନ୍ତ୍ର ଗୁଡିକୁ ପଢିଲେ ଶନିଙ୍କ ପ୍ରକୋପକୁ ଦୂର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ ।
ଶନି ଦେବତାଙ୍କ ପ୍ରକୋପକୁ ଦୂର କରିବା ପାଇଁ ପଢନ୍ତୁ ଏହି ପାଞ୍ଚଟି ମନ୍ତ୍ର
ଓଁ ଶନ୍ନୋଦେୱୀରଭିଷ୍ଟୟ ଆପୋ ଭବନ୍ତୁ ପୀତୟେ ଶନ୍ନୋରଭିସ୍ତ୍ରୱନ୍ତୁ ନ:
ଶନିଙ୍କ ତଂତ୍ରୋକ୍ତ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସ: ଶନୈଶ୍ଚରାଯ ନମ:
କୋଣସ୍ଥ ପିଂଗଲୋ ବଭ୍ରୁ: କୃଷ୍ଣୋ ରୌଦ୍ରୋନ୍ତକୋ ୟମ:
ସୌରି: ଶନୈଶ୍ଚରୋ ମଂଦ: ପିପ୍ପଲାଦେନ ସଂସ୍ତୁତ:
ଶନିଙ୍କ ଗାୟତ୍ରୀ ମନ୍ତ୍ର- ଓଁ ଭଗଭବାୟ ବିଦ୍ମହେ ମୃତ୍ଯୁରୁପାୟ ଧୀମହି ତନ୍ନୋ ଶନିଃ ପ୍ରଚୋଦୟାତ।
ମନ୍ତ୍ର- ଓଁ ଐଂ ହ୍ଲୀଂ ଶ୍ରୀଶନୈଶ୍ଚରାୟ ନମ:
ଉପରେ ଲେଖା ହୋଇଥିବା ମନ୍ତ୍ରର ଜପ ଆପଣ ୨୩,୦୦୦ ଥର କରନ୍ତୁ । ମନ୍ତ୍ରର ଜପ ଯଦି ଆପଣ କରିପାରୁ ନାହାନ୍ତି, ତେବେ ଅନ୍ୟ କାହାକୁ ଜପ କରିବା ପାଇଁ ଦିଅନ୍ତୁ । ଏହି ମନ୍ତ୍ର ବହୁତ ଚମତ୍କାର ଅଟେ । ଏହି ମନ୍ତ୍ରର ଜପ କଲେ ଶନି ପ୍ରକୋପ କମିଯାଇଥାଏ । ଯେଉଁ ଲୋକମାନଙ୍କର କୁଣ୍ଡଳୀରେ ଶନି ଗ୍ରହ ଭାରି ଅଛି ସେମାନେ ମଧ୍ୟ ଏହି ମନ୍ତ୍ରର ଜପ କରିପାରିବେ ।
ମନ୍ତ୍ର ଜପ କରୁଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ କଥା
ଏହି ମନ୍ତ୍ର ଜପ କରିବା ପୂର୍ବରୁ ଆପଣ ଏହାର ଉଚ୍ଚାରଣ ଠିକ ଭାବରେ ଶିଖିଯାନ୍ତୁ । କାରଣ ଏହି ମନ୍ତ୍ରର ଭୁଲ ଉଚ୍ଚାରଣ କଲେ ଏହା ସହ ଜଡିତ ଫଳ ମିଳିବ ନାହିଁ । ଯଦି ଆପଣ ଏହି ମନ୍ତ୍ରର ଜପ କରିପାରୁ ନାହାନ୍ତି, ତେବେ ଆପଣ କୌଣସି ପଣ୍ଡିତକୁ ଏହି ମନ୍ତ୍ରର ଜପ କରିବା ପାଇଁ ଦେଇପାରନ୍ତି ।
ଏହି ମନ୍ତ୍ରର ଜପ ଆପଣ ଶନିବାର ଠାରୁ ଆରମ୍ଭ କରନ୍ତୁ । ଯେଉଁଦିନ ଆପଣଙ୍କର ଏହି ମନ୍ତ୍ର ଶେଷ ହେବ ସେହି ଦିନ ଆପଣ ଶନି ମନ୍ଦିର ଯାଇ ଶନି ଦେବତାଙ୍କୁ ତେଲ ଅର୍ପଣ କରନ୍ତୁ ଓ ଯଦି ମନ୍ତ୍ର ପଢିବା ସମୟରେ ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଥାଏ ତେବେ, ଏଥିପାଇଁ ଶନି ଦେବତାଙ୍କୁ କ୍ଷମା ପାର୍ଥନା କରନ୍ତୁ ।
ଏହି ମନ୍ତ୍ରର ଜପ ଶନି ଜୟନ୍ତିରେ କରିଲେ ବିଶେଷ ଲାଭ ମିଳିଥାଏ । ସେଥିପାଇଁ ଆପଣ ଏହି ମନ୍ତ୍ରର ଜପ ଶନି ଜୟନ୍ତି ଦିନ କରିପାରନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।