ଓଡ଼ିଶା 365 (ବ୍ୟୁରୋ) : ମରକ୍କୋର ହୋଇଥିବା ଭୂକମ୍ପକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଏହି ସମୟରେ ମୋର ସମ୍ବେଦନା ମରକ୍କୋବାସୀଙ୍କ ସହ ରହିଛି ବୋଲି ମୋଦି କହିଛନ୍ତି । ସମସ୍ତ ସହୟତା ମଧ୍ୟ ଯୋଗାଇ ଦେବାକୁ ପ୍ରତିସୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ବଡ ଧରଣର ଭୂକମ୍ପ ହୋଇଛି । ଭୂକମ୍ପ ଏତେ ଭୟଙ୍କର ହୋଇଛି ଯେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଭୂକମ୍ପ ଯୋଗୁଁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଏହର ଶବ୍ଦ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଂଚଳରେ ଆତଙ୍କ ଖେଳିଯାଇଛି । ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା ବୋଲି ମରକ୍କୋ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ରିପୋର୍ଟ କରିଛି ଯେ ରାତି ପ୍ରାୟ ୧୧ଟା ୧୧ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶଠାରୁ ୭୧ କିଲୋମିଟର ଦୂରରେ ୧୮.୫ କିଲୋମିଟର ଗଭୀରରେ ଥିଲା।