ଓଡ଼ିଶା 365 (ବ୍ୟୁରୋ) : ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଉଭୟ ନେତା । ଦୁଇ ଦେଶ ମଧ୍ୟରେ ବାଣିଜ୍ୟଠାରୁ, ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା ଭଳି ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।ବୈଠକରେ ଉଭୟ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ କରିବା ଲାଗି ମଧ୍ୟ ଆଲୋଚନା ହୋଇଛି । ଉଭୟ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଉପରେ ଭାରତର ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ବଡ଼କଥା ହେଉଛି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ରେ ଦୁଇ ଦେଶ ମଧ୍ୟରେ ଥିବା ବାଣିଜ୍ୟ ବିବାଦର ସମାଧାନ ପାଇଁ ବାଇଡେନ ଏବଂ ମୋଦି ମଧ୍ୟ ରାଜି ହୋଇଛନ୍ତି ।