ଓଡ଼ିଶା 365 (ବ୍ୟୁରୋ) : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତ ପହଂଚିବା ପରେ ସ୍ବାଗତ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷି ସୁନକଙ୍କୁ ସ୍ବଗତ କରିବା ସହ ତାଙ୍କ ସହ ଏକ ଫଳପ୍ରଦ ଆଲୋଚନା ଆଶାବାଦି ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସେ ଶନିବାର ଜି-୨୦ ଶିଖର ସମ୍ମିଳନୀ ବୈଠକରେ ସାମିଲ ହେବେ । ଜି-୨୦ ଶିଖର ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହୋଇ ରବିବାର ଯାଏଁ ଚାଲିବ । ଏହି ସମ୍ମିଳନୀ ନୂତନ ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ର ଦିଲ୍ଲୀର ଭାରତ ମଣ୍ଡପମ ଅନୁଷ୍ଠିତ ହେବ । ଏଥିରେ ଭାଗ ନେବା ପାଇଁ ବିଶ୍ୱର ବିଭିନ୍ନ ନେତା ଭାରତ ଗସ୍ତରେ ଆସିଛନ୍ତି । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ହେବ ।