ଓଡ଼ିଶା 365 (ବ୍ୟୁରୋ) : ରାତି ପାହିଲେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ । ଆସନ୍ତା ୯ ଓ ୧୦ ତାରିଖରେ ସାରା ବିଶ୍ବ ଦେଖିବ ମହାଶକ୍ତିର ମହାସମ୍ମିଳନୀ । ବିଶ୍ୱର ପ୍ରମୁଖ ନେତା ସମ୍ମିଳନୀରେ ସାମିଲ ହେବେ । ତେବେ ସମସ୍ତଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଇଛି ରାଜଧାନୀ ଦିଲ୍ଲୀ । ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସି ଉଠୁଛି ଦିଲ୍ଲୀ ଦରବାର । ସମଗ୍ର ଦିଲ୍ଲୀ ଚକାଚକ ଦିସୁଛି । ଅତିଥିଙ୍କୁ ସ୍ବାଗତ ପାଇଁ ନାନା କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି । ଏହି ସମ୍ମିଳନୀରେ ୨୦ ଦେଶ ରାଷ୍ଟ୍ରମୁଖ ସାମିଲ ହେବେ । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥା ମଧ୍ଯ କଡ଼ାକଡି ହୋଇଛି । ମୋଟ ୧ ଲକ୍ଷ ୩୦ ହଜାର ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ମୂତୟନ ହୋଇଛନ୍ତି । ଏହି ସମ୍ମିଳନୀ ନୂତନ ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ର ଦିଲ୍ଲୀର ଭାରତ ମଣ୍ଡପମ ଅନୁଷ୍ଠିତ ହେବ । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା ହେବ ।