ଓଡ଼ିଶା 365 (ବ୍ୟୁରୋ) : ଭାରତ ଓ ଇରାକ ମଧ୍ୟରେ ପ୍ରଥମ କିଙ୍ଗ୍ସକପ ସେମି ଫାଇନାଲ ମ୍ୟାଚ ଶେଷ । ରବିବାର ତୃତୀୟ ସ୍ଥାନ ପାଇଁ ଖେଳିବ ଭାରତ । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ଅମୀମାଂସିତ ରହିଥିଲା । ପରେ ଭାରତ ସୁଟଆଉଟରେ ପରାଜିତ ହୋଇଥିଲା । ଫାଇନାଲ ସ୍ବପ୍ନ ମଉଳିଥିବା ଭାରତୀୟ ଦଳ ତୃତୀୟ ସ୍ଥାନ ପାଇଁ ଖେଳିବ । ଅଧିନାୟକ ସୁନୀଲ ଛେତ୍ରୀ କିଙ୍ଗ୍ସ କପରୁ ବାଦ ରହିଥିଲେ । ଗୋଲକିପର ଗୁରପ୍ରୀତ ସିଂ ସାନ୍ଧୁଙ୍କ ନେତୃତ୍ବରେ ଖେଳୁଥିଲା ଭାରତ । ୧୬ ମିନିଟରେ ପ୍ରଥମ ଗୋଲ ଦେଇ ଇରାକ ଉପରେ ଚାପ ପକାଇଥିଲା ଭାରତ ।
ମହେଶ ସିଂ ଏହି ଗୋଲ ସ୍କୋର କରିଥିଲେ । ୨୮ମିନିଟରେ ଇରାକ ଏହି ଗୋଲ ପରିଶୋଧ କରିଥିଲା । ପୁଣି ୫୧ ମିନିଟରେ ଭାରତ ହାସଲ ଗୋଲ କରି ୨-୧ରେ ଆଗୁଆ ରହିଥିଲା । ତେବେ ୮୦ ମିନିଟରେ ଇରାକ ଆଉ ଏକ ଗୋଲ କରି ସ୍ଥିତି ୨-୨ ରେ ବରାବର କରିଥିଲା । ନିର୍ଦ୍ଧାରିତ ସମୟରେ ଖେଳ ୨-୨ରେ ଅମୀମାଂସିତ ରହିଥିଲା ତେଣୁ ପେନାଲ୍ଟି ସୁଟଆଉଟର ସହାୟତା ନିଆଯାଇଥିଲା । ସେଥିରେ ୫-୪ ଗୋଲରେ ପରାଜିତ ହୋଇଥିଲା ଭାରତ ।