ଓଡ଼ିଶା 365 (ବ୍ୟୁରୋ):ହଙ୍ଗେରୀରେ ଆୟୋଜିତ ଇଣ୍ଟରନ୍ୟାସନାଲ ଅଲମ୍ପିଆଡ୍ ଫର୍ ଇନଫରମେଟିକ୍ସରେ ଭାରତ ଗୁରୁଗାଓଁର କ୍ଷୀତିଜ ସୋଦାନିକୁ ମିଳିଛି ସ୍ୱର୍ଣ୍ଣ ପଦକ। । ଗତ ୨୨ ବର୍ଷ ଧରି ଭାରତ ଏହି ପ୍ରତିଯୋଗିତାରେ ଭାଗ ନେଇଆସୁଛି। ମାତ୍ର ୯ ବର୍ଷ ପରେ ଭାରତୀୟ ଟିମ୍ ହାସଲ କରିଛି ସ୍ୱର୍ଣ୍ଣ ପଦକ। ଦ୍ୱିତୀୟ ଥର ପାଇଁ ଭାରତୀୟ ଟିମ୍ ଇଣ୍ଟରନ୍ୟାସନାଲ ଅଲମ୍ପିଆଡ୍ ଫର୍ ଇନଫରମେଟିକ୍ସରେ ସ୍ୱର୍ଣ୍ଣ ଜିତିଛି। ଶେଷ ଥର ପାଇଁ ୨୦୧୪ରେ ସ୍ୱର୍ଣ୍ଣପଦକ ହାସଲ କରିଥିଲା ଭାରତ। ଭାରତରୁ ପ୍ରତିନିଧିତ୍ୱ କରୁଥିବା ୪ ଜଣ ଛାତ୍ରଙ୍କ ମଧ୍ୟରୁ କ୍ଷୀତିଜ ସୋଦାନି ସ୍ୱର୍ଣ୍ଣ,ପାରସ କାସମଲକାର ଓ ଶ୍ରେୟନ ରଏ ରୌପ୍ୟ ଓ ସୁଶୀଲ ରାଜା ବ୍ରୋଞ୍ଚ୍ ପଦକ ହାସଲ କରିଛନ୍ତି। ସୋଦାନି ୨୦୨୦ରେ ବ୍ରୋଞ୍ଚ୍ ଓ ୨୦୨୧ ଓ ୨୦୨୨ରେ ରୌପ୍ୟ ଓ ୨୦୨୩ ରେ ସ୍ୱର୍ଣ୍ଣ ହାସଲ କରିଛନ୍ତି।