ଓଡ଼ିଶା365(ବ୍ୟୁରୋ): କାଲି ଦିଲ୍ଲୀରେ ହେବ ଜି-୨୦ ସମ୍ମିଳନୀ। ଏଥିପାଇଁ ଜଣେ ପରେ ଜଣେ ବିଦେଶୀ ଅତିଥି ଆସି ସମ୍ମିଳନୀ ପାଇଁ ଦିଲ୍ଳୀରେ ପହଞ୍ଚୁଛନ୍ତି। ଗୁରୁବାର ଆଇଏମ୍ଏଫ୍ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ଜି -୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ଅତିଥିମାନଙ୍କୁ ସ୍ୱାଗତ ପାଇଁ ଭାରତର ବିଭିନ୍ନ ଅଞ୍ଚଳର ଲୋକ ନୃତ୍ୟ ଉପସ୍ଥାପନ କରାଯାଉଥିଲା। ଯେତେବେଳେ ଆଇଏମ୍ଏଫର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀରେ ପହଞ୍ଚିଲେ ସେତେବେଳେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଲୋକ ନୃତ୍ୟ ‘ଡାଲଖାଇ’ ଉପସ୍ଥାପନ କରୁଥିଲେ। ଯାହା ଦେଖି କ୍ରିଷ୍ଟାଲିନା ବହୁତ ଖୁସି ହୋଇ ଯାଇଥିଲେ ଓ ଗୀତର ତାଳେ ତାଳେ ନିଜେ ମଧ୍ୟ ପାଦ ମିଳାଇଥିଲେ। ଏଥର ଭାରତ ଜି -୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି। ଏହି ସମ୍ମିଳନୀ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।