ଓଡ଼ିଶା 365 (ବ୍ୟୁରୋ): ପ୍ରଥମଥର ଭାରତରେ ଆୟୋଜନ ହେଉଛି ଜି-୨୦ ସମ୍ମିଳନୀ,ରଙ୍ଗୀନ ଆଲୋକମାଳରେ ଝଲସିବା ସହ ଉଠୁଛି ପଡୁଛି ରାଜଧାନୀ । ସାରା ବିଶ୍ବର ନଜର ଭାରତ ଉପରେ । ଜି-୨୦ ଲାଗି ଭାରତରେ ପହଞ୍ଚୁଛନ୍ତି ବିଶ୍ବନେତା। ଆଇଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କ୍ରିଷ୍ଟାଲିନାଙ୍କୁ ଦିଲ୍ଲୀର ଭାରତ ପକ୍ଷରୁ ସ୍ବାଗତ କରାଯାଇଥିଲା କୈାଣସି ବଲିଉଡ୍ ଗୀତରେ ନୁହେଁ ବରଂ ଓଡିଶାର ପାରମ୍ପରିକ ଗୀତ ଡାଲଖାଇ ଗୀତରେ। କ୍ରିଷ୍ଟାଲିନା ନାଚରେ ବହୁତ ଖୁସି ହେବା ସହ ଡାଲଖାଇ ଧୂନ୍ ବାଜୁ ବାଜୁ ସେ ନିଜକୁ ଅଟକାଇ ନପାରି ଓଡିଆ ଲୋକଗୀତରେ ନାଚି ଉଠିଥିଲେ । ଭାରତ ଆତିଥ୍ୟକୁ କରିଥିଲେ ପ୍ରଶଂସା । ପ୍ରଥମ ଥର ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି ଭାରତ।