ଓଡ଼ିଶା 365 (ବ୍ୟୁରୋ) : ସୁଟ୍କେଶରେ ବେଆଇନ ଭାବେ ବନ୍ୟଜନ୍ତୁ ତଥା ସରିସୃପ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବ୍ୟାଙ୍କ୍କରୁ ଯାତ୍ରୀ ଜଣକ ବନ୍ୟଜନ୍ତୁ ତଥା ସରିସୃପ ଚୋରାଚାଲାଣ କରି ବେଙ୍ଗାଲୁରୁ କେମ୍ପେଗୌଡ଼ା ବିମାନ ବନ୍ଦରରେ ପହଞ୍ଚି ଯାଇଥିଲା । ତେବେ ଏହାକୁ ବିମାନ ବନ୍ଦରରୁ ବାହାରକୁ ନେବାକୁ ଉଦ୍ୟମ ବେଳେ କଷ୍ଟମ ଅଧିକାରୀଙ୍କ ହାତରେ ଧରା ପଡ଼ିଛନ୍ତି ସମ୍ପୃକ୍ତ ବ୍ୟକ୍ତିତ୍ୱ । ଅଭିଯୁକ୍ତଠାରୁ ଜୀବନ୍ତ ନାଗ ସାପ, ଅହିରାଜ ସହ 78ଟି ବନ୍ୟ ଜନ୍ତୁ ଚୋରାଚାଲାଣ ଉଦ୍ୟମ । ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚୋରା ଚାଲାଣକାରୀକୁ ଗିରଫ କରିଛି ବେଙ୍ଗାଲୁରୁ କଷ୍ଟମ ଅଧିକାରୀ ।ସୂଚନା ଅନୁଯାୟୀ, ସେପ୍ଟେମ୍ବର ୭ ରାତି ୧୦.୩୦ ବେଳେ କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ସୁଟକେଶ ଯାଞ୍ଚ କରାଯାଉଥିଲା ।
ଜଣେ ଯାତ୍ରୀଙ୍କ ସୁଟ୍କେଶରେ ପାଖାପାଖି ୧୭ଟି ନାଗ ସାପ, ୫୫ଟି ଅହିରାଜ, ୬ଟି କ୍ୟାପୁଚିନ ମାଙ୍କଡ ଥିବା ଜାଣିବାକୁ ପାଇଥିଲେ କଷ୍ଟମ ଅଧିକାରୀ । ଯାତ୍ରୀ ଜଣକ ଏୟାର ଏସିଆ ବିମାନ ଏଫ୍ଡି ୧୩୭ରେ ବ୍ୟାଙ୍କ୍କରୁ ବେଙ୍ଗାଲୁରୁ ଆସିଥିଲେ ।ଏହି ଜୀବଗୁ଼ଡ଼ିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନର ପ୍ରାବଧାନ ରହିଥିବା ବେଳେ କେଉଁ ପରିସ୍ଥିତିରେ ଏମାନଙ୍କୁ ଧରାଯାଇ ଚୋରାଚାଲାଣ କରାଗଲା ତାହାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୫ଅନୁଯାୟୀ ଜବତ ହୋଇଥିବା ସମସ୍ତ ଜୀବଗୁଡ଼ିକୁ ବ୍ୟାଙ୍କ୍କ ପଠାଇ ଦିଆଯାଇଛି ।ବେଙ୍ଗାଲୁରୁ କଷ୍ଟମ ଅଧିକାରୀଙ୍କ ସୂଚନା ମୁତାବକ, ଜବତ ହୋଇଥିବା ୭୮ ବନ୍ୟଜନ୍ତୁଙ୍କ ମଧ୍ୟରେ ନାଗ ସାପ, ଅହିରାଜ ସାର ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ 6ଟି କ୍ୟାପୁଚିନ ମାଙ୍କଡ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଜୀବନ୍ତ ଜୀବଗୁଡିକୁ ସେମାନଙ୍କ ଜନ୍ମିତ ଦେଶଗୁଡିକୁ ପଠାଯାଇଥିବା ବେଳେ ମୃତ ଜୀବଗୁଡିକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପୋତି ଦିଆଯାଇଛି । ସମସ୍ତ ବନ୍ୟପ୍ରାଣୀଗୁଡିକ କଷ୍ଟମ ଆକ୍ଟ ୧୯୬୨ ଅନ୍ତର୍ଗତ ଧାରା ୧୧୦ ଆଧାରରେ ସରିସୃପଗୁଡ଼ିକୁ ଉଦ୍ଧାର କରାଯାଇଛି । ଯାତ୍ରୀଙ୍କ ବିରୋଧରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ ଆଧାରରେ ଯାତ୍ରୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ବିମାନବନ୍ଦରରେ କଡ଼ା ଯାଞ୍ଚ ସତ୍ତ୍ବେ ବ୍ୟାଙ୍କ୍କରୁ କିଭଳି ଯାତ୍ରୀ ଜଣକ ବେଙ୍ଗାଲୁରୁ ଆସିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।