ଓଡ଼ିଶା 365 (ବ୍ୟୁରୋ):ଆଖିବୁଜିିଲେ ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଜି ମାରିମୁଥୁ । ମାତ୍ର ୫୮ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ମାରିମୁଥୁ । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮.୩୦ ସମୟରେ ସେ ଏକ ଟିଭି ଶୋ ପାଇଁ ଡବିଂ କରିବାକୁ ଯାଇଥିଲେ। ଏହି ସମୟରେ ସେ ତଳେ ପଡ଼ିଗଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ମାରିମୁଥୁଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର । ଏହି ଖବର ଶୁଣି ତାଙ୍କ ସାଥୀ ଅଭିନେତାମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଯାଇଥିଲେ। ଖବର ମୁତାବକ, ମାରିମୁଥୁଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଚେନ୍ନାଇ ବାସଭବନକୁ ନିଆଯିବ ବୋଲି ସୂଚନା ରହିଛି ।
ମାରିମୁଥୁ ଏକ ୟୁଟ୍ୟୁବ୍ ସେନ୍ସେସ୍ ଥିଲେ ଏବଂ ଶେଷରେ ରଜନୀକାନ୍ତଙ୍କ ‘ଜେଲର’ରେ ତାଙ୍କୁ ଦେଖିବାକୁ ମିଳିଥିଲା।ସେ ‘ଜେଲର’ରେ ଭିଲେନଙ୍କ ସହାୟକ ଭୂମିକାରେ ଅଭିନୟ କରିଥିଲେ। ସେପ୍ଟେମ୍ବର ୨ରେ ସେ ଟିଭି ଶୋ ପାଇଁ ଡବିଂ କରୁଥିଲେ। ଏହି ଡବିଂ ଚେନ୍ନାଇର ଏକ ଡବିଂ ଷ୍ଟୁଡିଓରେ ଥିଲା ।ହେଲେ ହଠାତ୍ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ବଡ ଝଟକା ଦେଇଛି ।