ଓଡ଼ିଶା 365 (ବ୍ୟୁରୋ):ଚର୍ଚ୍ଚାରେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ । ସବୁବେଳେ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିସ୍ ଲୁକ୍ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରନ୍ତି ଏହି ସାଉଥ୍ ସୁନ୍ଦରୀ । ନିକଟରେ ବିଜୟ ଦେବରାକୋଣ୍ଡାଙ୍କ ସହ ଫିଲ୍ମ ‘ଖୁସି’ରେ ନଜର ଆସିଥିଲେ ସାମନ୍ଥା । ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ହେଲେ ଏହାରି ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖବର ଅନୁଯାୟୀ, ଅଭିନେତ୍ରୀ ସର୍ବଦା ତେଲେଙ୍ଗାନା ଅଞ୍ଚଳର କୃଷକଙ୍କ ସମର୍ଥକ ଅଟନ୍ତି। ହସ୍ତତନ୍ତ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ପୋଷାକର ମୁଖପାତ୍ର ଭାବରେ କାର୍ୟ୍ୟ କରିବା ପରେ ତାଙ୍କର ଅନେକ କାର୍ୟ୍ୟକଳାପ ତେଲେଙ୍ଗାନା ସରକାର ସହ ଜଡିତ ରହିଛି । ତେଣୁ କୁହାଯାଉଛି ଯେ, ସାମନ୍ଥା ଖୁବଶୀଘ୍ର ଅଭିନୟ ଛାଡି ରାଜନୀତିରେ ଏଣ୍ଟ୍ରି କରିବେ । ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନାମକ ଏକ ରାଜନୈତିକ ଦଳର ଅଭିଯାନରେ ଯୋଗଦେବାକୁ ଚିନ୍ତା କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସାମନ୍ଥା ରୁଥ ପ୍ରଭୃ ।
ସେପଟେ, ଅଭିନେତ୍ରୀ ମାୟୋସିଟିସ୍ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁତ ଧ୍ୟାନ ଦେଉଛନ୍ତି। ଏଥିପାଇଁ ସେ ଅଭିନୟରୁ ବିରତି ମଧ୍ୟ ନେଇଛନ୍ତି। ନିକଟରେ ସାମନ୍ଥାଙ୍କ ସହ ବଡ଼ ଧୋକ୍କା ହୋଇଥିଲା । ସେ ୧ କୋଟି ଟଙ୍କାର କ୍ଷତି ସହିଥିଲେ । ସାମନ୍ଥାଙ୍କୁ ତାଙ୍କ ମ୍ୟାନେଜର ବିଶ୍ୱାସଘାତକତା କରିଥିଲେ । ଯେଉଁଥିପାଇଁ ଅଭିନେତ୍ରୀ ବହୁତ ଚିନ୍ତାରେ ମଧ୍ୟ ଥିଲେ । କୁହାଯାଉଯାଉଥିଲା ଯେ, ଅଭିନେତ୍ରୀଙ୍କ ମ୍ୟାନେଜରଙ୍କ ଯୋଗୁଁ ସାମନ୍ଥା ୧ କୋଟି ଟଙ୍କାର କ୍ଷତି ସହିଥିଲେ ।