ଓଡ଼ିଶା 365 (ବ୍ୟୁରୋ) : ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍, କ୍ୟାଲସିୟମ, ଫ୍ୟାଟି ଏସିଡ୍ ଓ ବିଟାକୈରୋଟିନ୍ । ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ । ସମାନ ପରିମାଣର ସୋରିଷ ତେଲ ଓ ନଡ଼ିଆ ତେଲ ଏକାଠି ମିଶାଇ ଲଗାଇଲେ ଚର୍ମ ଚିକ୍କଣ ଓ ଉଜ୍ୱଳ ହୋଇଥାଏ । ସୋରିଷ ତେଲରେ ଥିବା ଆଇରନ୍, କ୍ୟାଲସିୟମ ଓ ବିଟାକୈରୋଟିନ୍ କେଶକୁ ଲମ୍ବା, କଳା ଓ ଚିକ୍କଣ କରିବାରେ ସାହାଯ୍ୟ କରିଥାଏ । କୁହେ ସୋରିଷ ତେଲରେ ନିୟାସିନ, ଫୋଲେଟ, ଥିୟାମାଇନ୍ ଆଦି ଭିଟାମିନ୍ ରହିଛି । ଏହାକୁ ନିୟମିତ ଅଳ୍ପ ପରିମାଣରେ ଖାଇଲେ ଶରୀର ସୁସ୍ଥ ରହିବା ସହ ହଜମ ଶକ୍ତି ବୃଦ୍ଧି ପାଇଥାଏ ।
ସୋରିଷ ତେଲ ଖାଇଲେ ହୃଦରୋଗ ଆଶଙ୍କା କମ୍ ହୋଇଥାଏ । ଶୀତଦିନେ ଦେଖାଯାଇଥିବା ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୋରିଷ ତେଲରେ କର୍ପୁର ମିଶାଇ ଅଳ୍ପ ଉଷୁମ କରି ମାଲିସ କଲେ ଉପକାର ମିଳିଥାଏ । ସୋରିଷ ତେଲରେ ଅଳ୍ପ ହେଙ୍ଗୁ, ଜୁଆଣି ଓ ୨ ରୁ ତିନି କୋଲା ରସୁଣ ମିଶାଇ ଉଷୁମ କରିବା ପରେ ଏହି ତେଲକୁ ଅଣ୍ଟାରେ ମାଲିସ କଲେ ଅଣ୍ଟା ଦରଜରୁ ଆରାମ ମିଳିଥାଏ । ସୋରିଷ ତେଲରେ ଥିବା ଆଣ୍ଟି ବ୍ୟାକଟ୍ରିଆଲ, ଆଣ୍ଟି ଫଙ୍ଗାଲ ଓ ଆଣ୍ଟି ଭାଇରାଲ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । ରାତିରେ ଶୋଇବା ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ସୋରିଷ ତେଲ ମାଲିସ ହୋଇ ଶୋଇଲେ ମଶା କାମୁଡି ନ ଥାଆନ୍ତି ।