ଓଡ଼ିଶା 365 (ବ୍ୟୁରୋ): ବର୍ଷା ଦିନରେ ବି ବଢୁଛି ଜଳ ଯନ୍ତ୍ରଣା। ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ଦୀର୍ଘଦିନ ଧରି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବି ପ୍ରଶାସନ ଏଥିପ୍ରତି ଧ୍ୟାନ ନଦେବାକୁ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁରେ। ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ଏଥିପାଇଁ ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା ।
ସୂଚନାଯୋଗ୍ୟ, ଗଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲାଣି ପିଇବା ପାଣି ଆସିପାରୁନି । ପିଇବା ପାଣି ପାଇଁ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ବିଡିଓଙ୍କୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।ସମସ୍ୟାର ସମାଧାନ ହେଉନଥିବାରୁ ଲୋକେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଏହି ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି ।