ଓଡ଼ିଶା 365 (ବ୍ୟୁରୋ): ରଙ୍ଗୀନ ଆଲୋକରେ ଝଲସୁଛି ଦିଲ୍ଲୀ,ସୁରକ୍ଷା ବ୍ୟବସ୍ଥା ବି ହୋଇଛି କଡାକଡି ।ଜି-୨୦ ବୈଠକ ଲାଗି ଭାରତରେ ପହଞ୍ଚୁଛନ୍ତି ବିଶ୍ବନେତା। ବଢୁଛି ଭାରତର ଉତ୍କଣ୍ଠା। ଜି-୨୦ ବୈଠକ ପାଇଁ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚର୍ଚ୍ଚାରେ ରହିଛି ବାଇଡେନଙ୍କ କାର୍ ‘ଦି ବିଷ୍ଟ’,କାହିଁକି ଆମେରିକା ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଏତେ ସୁରକ୍ଷା। ପ୍ରଶ୍ନ ଆସୁଛି ଏତେ ସୁରକ୍ଷା ପରେ ବି ଆମେରିକା ରାଷ୍ଟ୍ରପତି କାହିଁକି ନିଜ କାର୍ ଆଣୁଛନ୍ତି ?ଏହାର ବିଶେଷତ୍ଵ କଣ ?
କାର୍ ‘ଦି ବିଷ୍ଟ’; ଆମେରିକା ରାଷ୍ଟ୍ରପତିଙ୍କ ‘ଦି ବିଷ୍ଟ’ କାର୍ ବିଶ୍ବରେ ସବୁଠାରୁ ମଜଭୁତ, ନିରାପଦ ଓ ବିଳାସପୂର୍ଣ୍ଣ କାର୍ ଭାବେ ବେଶ୍ ଜଣାଶୁଣା । ଆମେରିକାର ବିଶାଳ ସାମରିକ ପରିବହନ ବିମାନ ବୋଇଂ ସି-୧୭ ଗ୍ଲୋବ୍ମାଷ୍ଟର୩ ଯୋଗେ ଭାରତରେ ପହଞ୍ଚିଛି। ବିଶ୍ବର ଏହି ବୁଲେଟ୍ପ୍ରୁଫ୍ କାର୍କୁ ଆମେରିକା ସିକ୍ରେଟ୍ ସର୍ଭିସ୍ ଅଧିକାରୀମାନେ ସବୁବେଳେ ଜଗିଥାନ୍ତି।ଏହି କାର୍ ଉପରେ ଗୁଳି କିମ୍ବା କେମିକାଲ୍ ଉପରେ କୈାଣସି ପ୍ରଭାବ ନାହିଁ । ଏହି ଗାଡ଼ି ବୁଲେଟ୍ ଠାରୁ ଆରମ୍ଭ କରି ବୋମା ଆକ୍ରମଣରୁ ମଧ୍ୟ ରକ୍ଷା କରିପାରିବ। ‘ଦି ବିଷ୍ଟ’ କାର ସମ୍ପୂର୍ଣ୍ଣ ବୁଲେଟପ୍ରୁଫ୍। ୧୮ ଫୁଟ ଲମ୍ବା, ସାଢ଼େ ୭ ଟନ୍ ବିଶିଷ୍ଟ ବିଷ୍ଟର ବଡି ୮ ଇଞ୍ଚ ଓ ବୁଲେଟପ୍ରୁଫ୍ କାଚ ୫ ଇଞ୍ଚ ମୋଟେଇରେ ହୋଇଛି ନିର୍ମିତ । ଏହାର ଚକ ପଞ୍ଚର୍ ହେବା ସତ୍ୱେ ୫୦ କିମି. ଯାଏଁ ଯାଇପାରିବ। ଏହାର ଫ୍ୟୁଏଲ୍ ଟ୍ୟାଙ୍କ ପାଖରେ ରହିଛି ଏକ ଫୋମ୍ । ଯିଏକି ନିଆଁ ଲାଗିବାକୁ ରୋକିଥାଏ । ଜରୁରୀକାଳୀନ ସ୍ଥିତିରେ ଏହି କାରର ପଛରୁ ଧୂଆଁ ବାହାରିବାର ବ୍ୟବସ୍ଥା ରହିଛି ।ଫଳରେ ଶତ୍ରୁଙ୍କୁ ଚକମା ଦେଇ ଖସିଯାଇପାରିବ ଏହି କାର୍ ।
ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଖାସ୍ ଭାବେ କାଡିଲେକ କମ୍ପାନି ଲିମୋଜିନ ମଡେଲର ଏହି କାର ନିର୍ମାଣ କରିଛି। କାର ଚାଲୁଥିବା ସମୟରେ ୧୮୦ ଡିଗ୍ରୀରେ ବୁଲିପାରିବ ।ଯଦି କେହି ସୁରକ୍ଷା କବଚ ଭେଦି କାର୍ ନିକଟକୁ ଆସିଯାଆନ୍ତି, ତେବେ କାରର ହ୍ୟାଣ୍ଡେଲ୍ ଧରିବା ମାତ୍ରେ ୧୨୦ ଭୋଲ୍ଟର କରେଣ୍ଟ ମାରିବ। କାର୍ରେ ରହିଛି ଜିପିଏସ୍ ଟ୍ରାକର୍, ପ୍ୟାନିକ୍ ବଟନ୍ ଏବଂ ଏକ ସାଟେଲାଇଟ୍ ଫୋନ୍ ।ଯେଉଁ ଫୋନ୍ ସବୁବେଳେ ପେଣ୍ଟାଗନ୍ ସହ କନେକ୍ଟ ହୋଇ ରହିଥାଏ ।କାରରେ ଅକ୍ସିଜେନ୍ ସପୋର୍ଟ ରହିଥାଏ ।ଏହି କାରରେ ନାଇଟ୍ ଭିଜନ୍ କ୍ୟାମେରା ରହିଛି । ଆମେରିକା ରାଷ୍ଟ୍ରପତି ଯେତେବେଳେ ବିଦେଶ ଗସ୍ତରେ କୌଣସି ଦେଶକୁ ଯାଆନ୍ତି ପ୍ରଥମେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପହଞ୍ଚି ଯାଏ ଏହି କାର, ପରେ ପହଞ୍ଜିଛନ୍ତି ରାଷ୍ଟ୍ରପତି।