ଓଡ଼ିଶା 365 (ବ୍ୟୁରୋ) :ଆସନ୍ତା ୯ ଏବଂ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଆୟୋଜିତ ହେବ । ପ୍ରଥମ ଥର ପାଇଁ ଭାରତ ଅଧ୍ୟକ୍ଷତାରେ ଜି-୨୦ ବୈଠକ ହେଉଛି । ଏହି ସମ୍ମିଳୀରେ ଅନେକ ବିଦେଶୀ ଅତିଥି ସାମିଲ ହେବେ । ତେବେ ବିଦେଶୀ ଅତିଥିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଟି ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ବୋଲି ସୂଚନା ମିଳିଛି । ଜି -୨୦ ଶିଖର ସମ୍ମିଳନୀ ଶନିବାର ଠାରୁ ଆରମ୍ଭ ହେବ ଏବଂ ଅନେକ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା ହେବ। ଏହାରି ଭିତରେ ଅନେକ ନେତା ଭାରତ ପହଂଚି ସାରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରାକାରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ସେ ଆଜି ସାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏହି ସମ୍ମିଳନୀରେ ପ୍ରମୁଖ ଅର୍ଥନୀତିର ଏକ ସମୂହ ଜି-୨୦ର ନେତାମାନେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିବେ ।