ଜି-୨୦ ଶିଖର ସମ୍ମିଳନୀ ବୈଠକ ପାଇଁ ଆଉ ଗୋଟିଏ ଦିନ ବାକି ଅଛି । ଏହି ସମ୍ମିଳନୀରେ ସାମିଲ ହେବା ପାଇଁ ଅନେକ ଦେଶର ମୁଖ୍ୟମାନେ ଭାରତ ଆସୁଛନ୍ତି । ଅତିଥିମାନେ ଶୁକ୍ରବାରଠାରୁ ଭାରତରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ପହଂଚିଛନ୍ତି । ସେହିପରି ଆର୍ଜେଣ୍ଟିନାର ରାଷ୍ଟ୍ରପତି ମଧ୍ୟ ଭାରତରେ ପହଂଚିସାରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁ ହୋଟେଲରେ ସମ୍ମିଳନୀ ସମୟରେ ଅତିଥିମାନେ ରହିବେ ସେହି ହୋଟେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି। ଏହି ସମ୍ମିଳନୀ ନୂତନ ଆନ୍ତର୍ଜାତୀୟ ପ୍ରଦର୍ଶନୀ କେନ୍ଦ୍ର ଦିଲ୍ଲୀର ଭାରତ ମଣ୍ଡପମ ଅନୁଷ୍ଠିତ ହେବ । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ଏବଂ ଦାରିଦ୍ର୍ୟ ଭଳି ବିଶ୍ୱର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପରେ ଆଲୋଚନା କରିବେ।