ଓଡ଼ିଶା 365(ବ୍ୟୁରୋ): ବର୍ତ୍ତମାନ ସମୟରେ ଟଙ୍କା, ଧନସମ୍ପତିର ଅଭାବ ବଡ଼ ସମସ୍ୟା ପାଲଟିଛି । ଅନେକଙ୍କ କ୍ଷେତ୍ରରେ ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ପଡ଼ୁଛି । ଯେଉଥିଁ ପାଇଁ ଘରେ ସଦାସର୍ବଦା କଳହ ଲାଗିରହୁଛି । ଟଙ୍କା ପଇସା ପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି । ହେଲେ ଏମିତି କିଛି ଉପାୟ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଧନସମ୍ପତିର ଅଭାବ ଦୂର ହୋଇଯିବ । ଅଧିକାଂଶ ଲୋକେ ହାତରେ ମୁଦି ପିନ୍ଧିବାକୁ ବେଶ୍ ପସନ୍ଦ କରିଥାନ୍ତି । କିଏ ସୁନା ମୁଦି ତ ଆଉ କେହି ହୀରାର ବିଭିନ୍ନ ଡିଜାଇନ କରି ହାତରେ ଲଗାଇଥାନ୍ତି । ଅନ୍ୟପଟେ ପୁଅ ହୁଅନ୍ତୁ ଅବା ଝିଅ ଅଧିକାଂଶ ହାତରେ କଇଁଛ ମୁଦି ପିନ୍ଧିଥାନ୍ତି । ହେଲେ ଆପଣ ଜାଣନ୍ତି କି କଇଁଛ ମୁଦି ପିନ୍ଧିବା ପଛର ରହସ୍ୟ କ’ଣ? ଏ ମୁଦି ଧାରଣ କରିବା ଦ୍ୱାରା କ’ଣ ପ୍ରାପ୍ତ ହୋଇଥାଏ ଆସନ୍ତୁ ଜାଣିବା ।
ଆଧ୍ୟାତ୍ମିକ ମାନ୍ୟତା ଅନୁଯାୟୀ, ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଧନ ଟାଣି ହୋଇ ଆସିଥାଏ। ଏହାସହ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଧନସମ୍ପତିର ଅଭାବ ଦୂର ହେବାସହ ଘରେ ଲାଗିରହିଥିବା ଅଶାନ୍ତି ଦୂର ହୋଇଥାଏ । ହେଲେ ଏହି ମୁଦିକୁ ପିନ୍ଧିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ନଚେତ୍ ଶୁଭଫଳ ପ୍ରାପ୍ତ ହୋଇନଥାଏ । ଏହି ମୁଦି ତିଆରି କରିବାରେ ଧାତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଇଁଛ ମୁଦି ଚାନ୍ଦିରେ ତିଆରି ହେବା ଅତ୍ୟନ୍ତ ଆବଶ୍ୟକ । ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ମିଳିନଥାଏ।
ତେବେ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ବି ଆପଣମାନେ ପିନ୍ଧି ପାରିବେ। ମୁଦି ଧାରଣ କରିବା ପୂର୍ବରୁ ଏହାର ଶୁଦ୍ଧତା କରାଯିବା ନିତାନ୍ତ ଜରୁରୀ। ଏହାକୁ ଗଙ୍ଗାଜଳ ଓ କ୍ଷୀରରେ ଧୋଇ ପ୍ରଥମେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରନ୍ତୁ । ଏହାପରେ ଏହି ମୁଦିକୁ ନିଜ ଡାହାଣ ହାତରେ ମଧ୍ୟମା ଆଙ୍ଗୁଠିରେ ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ଧନସମ୍ପତିର ଅଭାବ ଦୂର ହେବା ସହ ଆପଣଙ୍କର ଟଙ୍କା ସଞ୍ଚୟ କରିବା ମଧ୍ୟ ଆରମ୍ଭ ହୋଇଯିବ ।