ଓଡ଼ିଶା 365 (ବ୍ୟୁରୋ) : ମାର୍କେଟରେ ବିଭିନ୍ନ ଦାମରେ ଅଣ୍ଡା ମିଳିଥାଏ । ଏହି ଭିନ୍ନ ଭିନ୍ନ ଦାମର ଅଣ୍ଡା ପଛରେ ଏହାର କ୍ୱାଲିଟି ବା ଗୁଣ ଲୁଚି ରହିଥାଏ। ଯେବେ ଆପଣ ଏହି ଅଣ୍ଡାକୁ ଭାଙ୍ଗନ୍ତି ତେବେ ଏହାର କେଶର ବିଭିନ୍ନ ରଙ୍ଗର ହୋଇଥାଏ । ପ୍ରଥମତଃ କମଳା ରଙ୍ଗ ଏବଂ ଦ୍ୱିତୀୟ ହଳଦିଆ ରଙ୍ଗ। ଏଥିରେ କମଳା ରଙ୍ଗର କେଶର ବେଶି ପ୍ରୋଟିନ ଯୁୁକ୍ତ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି । ଫୁଡ ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଯେଉଁ କୁକୁଡା ମାନଙ୍କର ପାଳନ ପ୍ରାକୃତିକ ଉପାୟରେ କରାଯାଇଥାଏ । ସେମାନେ ଅନ୍ୟ କୁକୁଡା ମାନଙ୍କଠୁ ଅଧିକ ହେଲ୍ଦି ହୋଇଥାନ୍ତି। ଏମାନେ ପର୍ଯ୍ୟାପ୍ତ ପରିମାଣରେ ସୂର୍ଯ୍ୟଙ୍କ କିରଣ, ଉପଯୁକ୍ତ ଖାଦ୍ୟ ଏବଂ ସନ୍ତୁଳିତ ଆହାର ପାଇଥାନ୍ତି। ଏମାନଙ୍କ ଅଣ୍ଡାର କେଶର ରଙ୍ଗ କମଳା ରଙ୍ଗ ହୋଇଥାଏ। ଏହାବ୍ୟତିତ ହଳଦିଆ କେଶର ମଧ୍ୟ ଅଳ୍ପ ବହୁତ ହେଲ୍ଦି ହୋଇଥାଏ। ତେବେ ଏହାକୁ ଖାଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର ଫାଇଦା ହୋଇଥାଏ । ଜାଣନ୍ତୁ ,ଅଣ୍ଡା ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ। ଯାହା ମାଂସପେଶୀ ପାଇଁ ଜରୁରୀ ପ୍ରୋଟିନ ପ୍ରଦାନ କରିଥାଏ ।
ଅଣ୍ଡାରେ ରହିଛି ଉପଯୁକ୍ତ କୋଲେଷ୍ଟ୍ରଲ ମହଜୁଦ ରହିଥାଏ । ଯାହା ହୃଦଘାତ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଅଣ୍ଡାରେ କୋଲିନ ନାମକ ପୋଷକ ତତ୍ତ୍ୱ ରହିଥାଏ। ଯାହା ଅନେକ ଲୋକଙ୍କ ଶରୀରରେ ଅଭାବ ଥାଏ। ଏହା ନ୍ୟୁଟ୍ରିଏଣ୍ଟ ମସ୍ତିଷ୍କ ପାଇଁ ଖୁବ ଜରୁରୀ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଆଖି ମଧ୍ୟ ସୁସ୍ଥ ରହିଥାଏ । ଏଥିରେ ଆଖି ପାଇଁ ଆବଶ୍ୟକ ହେଉଥିବା ଓ ନାମକ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଅଣ୍ଡା ଖାଇବା ଦ୍ୱାରା ଓଜନ ମଧ୍ୟ କମିଥାଏ। କାରଣ ଏହା ପେଟରେ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ । ଯାହାଦ୍ୱାରା ଅନହେଲ୍ଦି ଖାଦ୍ୟ ଖାଇବାରୁ ଆମକୁ ବଞ୍ଚାଇଥାଏ।