ଓଡ଼ିଶା 365 (ବ୍ୟୁରୋ) : ପ୍ରଥମ ଥର ପାଇଁ ଭାରତ ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀ ବୈଠକ ହେଉଛି। ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀେର ଏହି ସମ୍ମିଳନୀ ଆୟୋଜନ ହେବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ୨ ଦିନିଆ ସମ୍ମିଳନୀ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏକ ଐତିହାସି ମୁହୂର୍ତ୍ତକୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ବିଶ୍ୱ ନେତାମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି। ପ୍ରଗତି ମଇଦାନରେ ନବନିର୍ମିତ ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର ଭାରତ ମଣ୍ଡପମରେ ଏହି ସମ୍ମିଳନୀ ହେବ। ବିଶ୍ବର ପ୍ରମୁଖ ନେତାମାନେ ଆଜିଠାରୁ ଭାରତ ପହଞ୍ଚିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ୧୫ରୁ ଅଧିକ ବିଶ୍ବନେତା ଆଜି ଭାରତ ପହଞ୍ଚିବେ। ଜି-୨୦ ବୈଠକ ପାଇଁ ଅନେକ ନିୟମ କଡ଼ାକଡ଼ି ହୋଇଛି । ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ସମସ୍ତ କ୍ଲାଉଡ୍ କିଚେନ, ବାଣିଜ୍ୟିକ ପ୍ରତିଷ୍ଠାନ, ବଜାର, ଖାଦ୍ୟ ଡେଲିଭରି ଏବଂ ବ୍ୟବସାୟିକ ଡେଲିଭରି ସେବା ବନ୍ଦ ରହିବ। ନିୟନ୍ତ୍ରିତ ଜୋନରେ ସ୍ବିଗି, ଜୋମାଟୋ, ପରି ଆମାଜନ ଏବଂ ଫ୍ଲିପକାର୍ଟ ସଂସ୍ଥାର ଡେଲିଭରି ସେବାକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ପାଇଁ ଅନୁମତି ମିଳିବ।