ଓଡ଼ିଶା ୩୬୫ (ବ୍ୟୁରୋ):ବର୍ତ୍ତମାନ ସମୟରେ ଲୋକମାନେ ନୂଆ ନୂଆ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି । ନୂଆ ରେସିପି ମନକୁ ଖୁସି କରିଦିଏ । ଛୋଟ ଠାରୁ ବୟସ୍କ ସଭିଏଁ ଭଲ ଖାଇବାକୁ ମନ ବଳାଇଥାନ୍ତି । ଚିକେନ, ମଟନ୍ ଏସବୁକୁ ଭିନ୍ନ ଭିନ୍ନ ତରିକାରେ ଖାଇବା ଦ୍ୱାରା ମଜା ଆସିଯାଇଥାଏ । କେହି କେହି ଚିକେନକୁ ସିଝାଇ ଖାଆନ୍ତି ତ ଆଉ କେହି ପୋଡା ଚିକେନ୍ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି । କଥାରେ ଅଛି ଯେ ଦେଶ ଯିବୁ ସେ ଫଳ ଖାଇବୁ, ଏହା ଅନେକ ସ୍ଥାନରେ ମଧ୍ୟ ପ୍ରମାଣିତ ହୋଇଛି । ଆମେ ଆପଣଙ୍କୁ ଏମିତି ଏକ ଖାଦ୍ୟର ନାଁ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ବରଫକୁ କୌଣସି କାରଣରୁ ଶରୀର ମାଡ଼ ହୋଇଯାଇଥିଲେ ସେହି ସ୍ଥାନରେ ମାଲିସ୍ କରିଥାନ୍ତି । ଯାହା ଫ୍ରିଜରୁ ବାହାରିବାର ମାତ୍ର େ କିଛି ସମୟ ପରେ ତରଳି ଯାଇଥାଏ । ହେଲେ ଆପଣ ବରଫ କେବେ ଖାଇଛନ୍ତି କିି । ତାହା ପୁଣି ମସଲା ଓ ସସ୍ରେ ଭିଜାଇ ।
ସୂଚନା ମୁତାବକ, ଚୀନ୍ରେ ‘ପଥରଭଜା’ ପରି ଅଦ୍ଭୁତ ବ୍ୟଞ୍ଜନ ଲୋକଙ୍କୁ ବେଶ ଆକର୍ଷିତ କରୁଥିବା ବେଳେ, ଏବେ ‘ବରଫପୋଡ଼ା’ ପରି ଏକ ବିଚିତ୍ର ବ୍ୟଞ୍ଜନ ଲୋକମାନଙ୍କୁ ଆକର୍ଷିତ କରିବାରେ ଲାଗିଛି । ବରଫଖଣ୍ଡକୁ ଗ୍ରିଲ୍ କରି ମସଲା ଓ ସସ୍ରେ ଭିଜାଇ ଲୋକମାନଙ୍କୁ ପରଷା ଯାଉଛି ‘ବରଫ ପୋଡ଼ା’ । ଚୀନ୍ର ଜିଆଙ୍ଗସି ପ୍ରଦେଶର ନାଚାଙ୍ଗ ଠାରେ ଏକ ରାସ୍ତାକଡ଼ ଦୋକାନରେ ‘ବରଫପୋଡ଼ା’ ବିକ୍ରି ହେଉଛି। ଏକ ଲୁହାଜାଲି ଉପରେ ବିରାଟ ବରଫଖଣ୍ଡ ରଖି ତାହାକୁ ତଳେ ଜାଳ ଦେଇ ପୋଡ଼ାଯାଉଛି। ଏହାପରେ ସେଥିରେ ବିଭିନ୍ନ ପ୍ରକାରର ମସଲାଗୁଣ୍ଡ ଓ ସସ୍ ମିଶାଯାଇ ଲୋକମାନଙ୍କୁ ପରଷା ଯାଉଛି । କାରଣ ଚୀନରେ ଏବେ ଗ୍ରୀଷ୍ମଦିନ ହୋଇଥିବାରୁ ‘ବରଫପୋଡ଼ା’ ର ଲୋକପ୍ରିୟତା ଅଧିକ ରହିଛି। ସେଠାକାର ଲୋକେ ଗ୍ରୀଷ୍ମ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ‘ବରଫପୋଡ଼ା’ର ମଜା ନେଇଥାନ୍ତି ।