ଓଡ଼ିଶା 365 (ବ୍ୟୁରୋ): ଦିଲ୍ଲୀରେ ଜି-୨୦ ବୈଠକରେ ସାମିଲ ହେବାକୁ ଭାରତରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବନେତା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହ ବିଦେଶୀ ଅତିଥିଙ୍କୁ ସ୍ବାଗତ ଲାଗି ସାଜସଜା ଏବଂ ରଙ୍ଗୀନ ଆଲୋକରେ ଝଲସୁଛି ଦିଲ୍ଲୀ । ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢ଼ିବା ସହ ବିଶ୍ୱ ନେତାମାନେ ମଧ୍ୟ ଭାରତ ଆସିବା ଆରମ୍ଭ କରିଛନ୍ତି।୯ ଓ ୧୦ ତାରିଖ ୨ଦିନ ବସିବ ଜି-୨୦ ବୈଠକ। ଏହି ତାଲିକାରେ ରହିଛନ୍ତି ଆମେରକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ରହିଛନ୍ତି ବିଶ୍ବସ୍ତରୀୟ ନେତା। ବାଇଡେନ ସନ୍ଧ୍ୟାରେ ଭାରତରେ ପହଞ୍ଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ସୂଚନା ଅନୁଯାୟୀ, ବାଇଡେନଙ୍କ ପୂର୍ବରୁ ତାଙ୍କର ଅଫିସିଆଲ କାର ‘ଦି ବିଷ୍ଟ’ ନୂଆଦିଲ୍ଲୀରେ ପହଞ୍ଚି ସାରିଛି । ବାଇଡେନଙ୍କ ସୁରକ୍ଷା ପାଇଁ ଭାରତର ସୁରକ୍ଷା ଏଜେନ୍ସି ସହ ଆମେରିକା ସିକ୍ରେଟ ସର୍ଭିସର ୩ ଶହ ସ୍ପେଶାଲ କମାଣ୍ଡୋ ଉପସ୍ଥିତ ରହିଛନ୍ତି । ମୋଦି-ବାଇଡେନ ଭେଟ ଭାରତର ଶକ୍ତିକୁ ବୃଦ୍ଧି କରିବା ସହ ବିଶ୍ବରେ ଭାରତର ଦବଦବା ଜାରି ରହିବ।