ଓଡ଼ିଶା 365 (ବ୍ୟୁରୋ) : ଜି-୨୦ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଷମା ସ୍ବରାଜ ଭବନରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଦେଶୀ ଅତିଥିଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥାକୁ ମଧ୍ୟ ସମୀକ୍ଷା କରିଛନ୍ତି ମୋଦି । ଏହି ସମୀକ୍ଷା ବୈଠକରେ ପ୍ରମୁଖ ନେତା ସାମିଲ ହୋଇଥିଲେ । ଇଣ୍ଡୋନେସିଆ ଗସ୍ତ ଶେଷ କରି ଭାରତ ଫେରିବା ପରେ ଏହି ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଇଣ୍ଡୋନେସିଆରେ ଆୟୋଜିତ ୨୦ତମ ଆସିଆନ-ଇଣ୍ଡିଆ ଏବଂ ୧୮ତମ ଇଷ୍ଟ୍ ଏସିଆ ସମ୍ମିଳନୀରେ ଭାଗ ନେଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଗୁରୁବାର ଭାରତ ଫେରିଥିଲେ ମୋଦି । ଭାରତ ଫେରିବା ପରେ ଏହି ସମୀକ୍ଷା ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଜି-୨୦ ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେବେ ସମ୍ମିଳନୀକୁ ଆଉ ଗୋଟିଏ ଦିନ ବାକି ଥିବାରୁ ସମସ୍ତଙ୍କ ମନର୍ ଉତ୍କଣ୍ଠା ବଢିବାରେ ଲାଗିଛି ।