ଓଡ଼ିଶା 365 (ବ୍ୟୁରୋ): ଫାଇଭ ଟି ସଚିବଙ୍କ ସଭାରେ ଯୋଗ ଦେବାକୁ ବଣ୍ଟା ଯାଉଛି ଟଙ୍କା। ଫାଇଭ ଟି ସଚିବଙ୍କ ଯାଜପୁର ଗସ୍ତରେ ଥିବା ବେଳେ ତାଙ୍କ ସଭାରେ ଯୋଗଦେବାକୁ ବଣ୍ଟାଯାଉଥିଲା ଟ଼ଙ୍କା। ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଭାଇରାଲ ଭିଡିଓଟି ଅଗଷ୍ଟ ୩୧ ତାରିଖର ବୋଲି ଜଣାପଡ଼ିଛି । ଏହି ଦିନ ଯାଜପୁର ବିଞ୍ଝାରପୁର ଓ ଦଶରଥପୁର ଫାଇଭ ଟି ସଚିବଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଲା । ବିଞ୍ଝାରପୁର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ଥାନୀୟ ଲୋକଙ୍କୁ ଟଙ୍କାକୁ କେହି ଜଣେ ଟଙ୍କା ବାଣ୍ଟୁଥିବାର ନଜିର ଆସିଛନ୍ତି ।
ଭିଡିଓରେ ଟଙ୍କା ବାଣ୍ଟୁଥିବା ବ୍ୟକ୍ତି ଜଣଙ୍କ ବିଞ୍ଝାରପୁର ବ୍ଲକ ମାଂସଡା ପଞ୍ଚାୟତ ପିଇଓ ଗୋପାଳ ମହାନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଘଟଣା ଦିନ ପିଇଓ ଗୋପାଳ ମହାନ୍ତି ଫାଇଭ ଟି ସଚିବଙ୍କ ସଭା ପାଇଁ ଟଙ୍କା ବାଣ୍ଟୁଥିଲେ ନା ନାହିଁ ତାହା ସ୍ୱଷ୍ଟ ହୋଇନି ।