ଓଡ଼ିଶା 365 (ବ୍ୟୁରୋ) : ସୁଟିଂ ସେଟରେ ଆହତ ହେଲେ ବଲିଉଡ ଅଭିନେତା ବରୁଣ ଧାୱନ। ଭିଡ଼ିଓ ସେୟାର ମରି ଫ୍ୟାନ୍ସମାନଙ୍କୁ ଦୁଃଖ ଜଣାଇଲେ । ସବୁବେଳେ ନିଜର ଦମ୍ଦାର ଅଭିନୟ ଏବଂ ଷ୍ଟାଇଲ୍ ଲୁକ୍ ସମସ୍ତଙ୍କ ହୃଦୟରେ ଜାଗା କିଣିନେଇଛନ୍ତି ବରୁଣ । ନିକଟରେ ତାଙ୍କର ଚଳଚ୍ଚିତ୍ର ‘ବୱାଲ’ ରିଲିଜ ହୋଇଥିଲା। ଏଥିରେ ତାଙ୍କୁ ଜାହ୍ନବୀ କପୁରଙ୍କ ବରୁଣଙ୍କୁ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ବର୍ତ୍ତମାନ ବରୁନ ଧାୱନ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ବ୍ୟସ୍ତ ଅଛନ୍ତି । ହେଲେ ସୁଟିଂ ସେଟରେ ବରୁଣ ଧାୱନ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଭିନେତା ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ସେ ଏବେ କିପରି ଯନ୍ତ୍ରଣା ଭୋଗୁଛନ୍ତି। କିପରି ଆଘାତ ପାଇଛନ୍ତି ଏବଂ ନିଜକୁ କେମିତି ଚିକିତ୍ସା କରୁଛନ୍ତି ତାହା ମଧ୍ୟ ଜଣାଇଛନ୍ତି। ବରୁଣ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସବୁକିଛି ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି ।
ଭିଡିଓରେ ଦେଖିବାକୁ ମିଳିଛି ଯେ,ବରୁଣ ଧାୱନ କିପରି ବରଫ ଥେରାପି ନେଉଛନ୍ତି । ତାଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଛି ଏବଂ ସେ କହିଛନ୍ତି ଯେ, “ମୁଁ ଭାବୁଛି ସୁଟିଂ ସମୟରେ ବୋଧ ହୁଏ ମୋ ଗୋଡ଼ରେ ଆଘାତ ଲାଗିଛି ଏବଂ କିପରି ଆଘାତ ପାଇଛି ମୁଁ ଜାଣି ନାହିଁ, କିନ୍ତୁ ମୁଁ ବର୍ତ୍ତମାନ ଏହାର ଚିକିତ୍ସା କରୁଛି।” ସେପଟେ ଅଭିନେତାଙ୍କ ଅସୁସ୍ଥ ଖବର ଶୁଣି ପ୍ରଶଂସକମାନେ ମଧ୍ୟ ଚିନ୍ତିତ ଅଛନ୍ତି । ବରୁଣ ଧାୱନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଫ୍ୟାନ୍ସମାନେ ।