ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ରେ ୨ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହେବ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଜି-୨୦ ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ୨୮ ଫୁଟ୍ ଉଚ୍ଚତା ବିଶିଷ୍ଟ ନଟରାଜ ମୂର୍ତ୍ତି ଭାରତ ମଣ୍ଡପମ ସମ୍ମୁଖରେ ରଖାଯାଇଛି । ଭାରତ ଏହି ସମିଟ୍ ପାଇଁ ଏକ ନୂଆ ସ୍ଲୋଗାନ ବାହାର କରିଛି। ତାହା ହେଲା, ‘ଓ୍ବାନ୍ ଆର୍ଥ, ଓ୍ବାନ୍ ଫାମିଲି, ଓ୍ବାନ୍ ଫ୍ୟୁଚର’। ଅର୍ଥାତ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ। ଜି୨୦ରେ ଥିବା ୧୯ ଦେଶ ଏବଂ ୟୁରୋପୀୟ ସଂଘରେ ବିଶ୍ୱର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବାବେଳେ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୮୫% ଅବଦାନ ହେଉଛି ଏହି ରାଷ୍ଟ୍ର ସମୂହର।