ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ-କଶ୍ମୀରର ସେନାକୁ ବଡ଼ ସଫଳତା ମିଳିଛି । ପୁଞ୍ଚ ଜିଲାର ମଣ୍ଡି ତହସିଲରେ ଭାରତ-ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ ଅଂଚଳରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ସୁରକ୍ଷା ବାହିନୀ, ସେନା ଏବଂ ପୋଲିସ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଅନ୍ୟ ଜଣେ ଆତଙ୍କବାଦୀ ଗୁରୁତର ଆହତ ହୋଇଥିଲେ। ସେପଟେ ସୁରକ୍ଷା ବାହିନୀ ନିହତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ସୂଚନା ଅନୁସାରେ, ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଲୁଚି ରହିଥିବା ଆତଙ୍କବାଦୀ ମାନେ ସେନା ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହୁରି ଅନେକ ଆତଙ୍କବାଦୀ ରହିଥିବା ସନ୍ଦେହ କରି ସର୍ଚ୍ଚ ଅପରେଶନ ଜାରି ରହିଛି । ଏହା ସହ ସାବଜିଆନ ସେକ୍ଟରରେ ସୁରକ୍ଷା ବାହିନୀ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ ।