ଓଡ଼ିଶା 365 (ବ୍ୟୁରୋ) : ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକରଦାତାଙ୍କ ସଂଖ୍ୟା ୭ କୋଟି ରହିଥିଲା । ଏହା ୨୦୪୭ ସୁଦ୍ଧା ୪୮.୨ କୋଟିରୁ ଅଧିକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେ କହିଛନ୍ତି ଯେ ୨୦୪୭ ସୁଦ୍ଧା ଜନସଂଖ୍ୟାରେ ଶ୍ରମ ଶକ୍ତିର ଅବଦାନ ୪୫%କୁ ବୃଦ୍ଧି ପାଇଛି। ଟିକସ ପ୍ରଦାନ କରୁଥିବା ଶ୍ରମଶକ୍ତି ହାର ଯାହା ଏବେ ୨୨.୫ ପ୍ରତିଶତ ରହିଛି ତାହା ୮୫.୩ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଆର୍ଥିକ ବିପ୍ଳବ ଦେଶର କୋଣ ଅନୁକୋଣରେ ପହଞ୍ଚିଛି ବୋଲି ସେ କହିଛନ୍ତି । ସେହିପରି ଡିମାଟ୍ ଖାତା ସଂଖ୍ୟା ୨୦୧୯ରୁ ୨୦୨୩ ମଧ୍ୟରେ ୪.୧ କୋଟିରୁ ବୃଦ୍ଧି ପାଇ ୧୦ କୋଟି ହୋଇଛି। ମ୍ୟୁଚୁଆଲ୍ ଫଣ୍ଡ୍ ଓ ଏସ୍ଆଇପିରେ ପଞ୍ଜୀକରଣ ବଢ଼ିଛି। ଜୁଲାଇରେ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପକୁ ୧୫,୨୪୫ କୋଟି ଟଙ୍କା ଆସିଛି ଯାହା ସର୍ବୋଚ୍ଚ ମାସିକ ଅବଦାନ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।