ଓଡ଼ିଶା 365 (ବ୍ୟୁରୋ) : ସିମ୍ କାର୍ଡ ବିକ୍ରି ପାଇଁ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି ମନଇଚ୍ଛା ବିକି ପାରିବେନି ସିମ୍ କାର୍ଡ । କେବଳ ପଞ୍ଜୀକୃତ ବିକ୍ରେତାଙ୍କୁ ମିଳିବ ସିମ୍ କାର୍ଡ ବିକ୍ରି ଅନୁମତି। ଅକ୍ଟୋବର ପହିଲାରୁ ଏହି ନୂଆ ନିୟମ ଲାଗୁହେବ ବୋଲି ଜଣାପଡ଼ିଛି । ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ୍ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ। ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ନିଜର ସମସ୍ତ ‘ପଏଣ୍ଟ ଅଫ୍ ସେଲ’ ବା ଅଧିକୃତ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ ବୋଲି ଟେଲିକମ ଅପରେଟରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜୀକରଣ ବେଳେ ସିମ୍ କାର୍ଡ ଭେଣ୍ଡରଙ୍କୁ ନିଜର କର୍ପୋରେଟ ପରିଚୟପତ୍ର, ବିଜିନେସ୍ ଲାଇସେନ୍ସ, ଆଧାର, ପାନ୍, ଜିଏସ୍ଟି ନମ୍ବର ପ୍ରଭୃତି ଦାଖଲ କରିବାକୁ କୁହାଯାଇଛି। ଟେଲିକମ ବିଭାଗ ଖାଲି ଏ ନିର୍ଦ୍ଦେଶ କଡ଼ା ଚେତାବନି ମଧ୍ୟ ଦେଇ କହିଛି ଯେ, ଯଦି ସେପ୍ଟେମ୍ବର ୩୦ ତାରିଖ ପରେ କୌଣସି ଅଣ-ପଞ୍ଜୀକୃତ ସିମ୍ କାର୍ଡ ବିକ୍ରି ହେଉଥିବା ଧରାପଡ଼େ, ତେବେ ୧୦ ଲକ୍ଷ ଟଙ୍କା ତଣ୍ଡ ଗଣିବେ ଟେଲିକମ୍ ଅପରେଟର ।