ଡ଼ିଶା365 (ବ୍ୟୁରୋ) : ଆପଣ ଜାଣନ୍ତିକି ବାସ୍ତବରେ ଗୋଡରେ କାହିଁକି ବନ୍ଧାଯାଏ କଳାଫିତା । ଏହାକୁ ବାନ୍ଧିବା ଦ୍ୱାରା ଆମ ଦୈନଦିନ ଜୀବନରେ କିଛି ପରିବର୍ତନ ଦେଖିବାକୁ ମିଳିଥାଏ ।କୁହାଯାଏ, ନକାରାତ୍ମକତା ଆପଣଙ୍କ ଜୀବନରେ ବନ୍ଧ ସାଜି ଛିଡ଼ା ହୋଇଥାଏ । ଆପଣ ଯେତେ ବି ପରିଶ୍ରମ ଅବା କଷ୍ଟ କରିଦିଅନ୍ତୁ ନା କାହିଁକି ଆପଣଙ୍କୁ ଅପେକ୍ଷା ଅନୁସାରେ ଫଳ ମିଳିନଥାଏ । ପରିଣାମ ଧନର ଅଭାବ ହୋଇଥାଏ,ଆର୍ଥିକ ଅବସ୍ଥା ଖରାପ ହୋଇଥାଏ,ଚିନ୍ତା ବି ବଢ଼ିଥାଏ ଏବଂ ଚିନ୍ତା କ୍ଳେଶ ନେଇକି ଆସିଥାଏ ଆଉ ତାପରେ ପରିବାରରେ ଅଶାନ୍ତି ଖେଳିଯାଏ । ପତି ପତ୍ନୀଙ୍କ ମଧ୍ୟ ରେ ସୁସମ୍ବାଦ ଗାଏବ୍ ହୋଇଯାଏ,ଲଢେଇ ଝଗଡ଼ା ତାର ଜାଗା ନେଇଯାଏ ।
ଏହି ନକାରାତ୍ମକତା ଆସିବାର ଅନେକ କାରଣ ହୋଇପାରେ ଗ୍ରହ ଜନିତ ଦୋଷ ଠାରୁ ନେଇକି ଘରେ ରଖିଥିବା ଗୃହ ଜିନିଷକୁ ପର୍ଯ୍ୟନ୍ତ ଏବଂ ବାସ୍ତୁ ଦୋଷ ମଧ୍ୟ ଏହାର କାରଣ ହୋଇପାରେ । କିନ୍ତୁ ସବୁଠୁ ବଡ଼ କାରଣ ହୋଇଥାଏ କୌଣସି ଅନ୍ୟଲୋକର ନଜର ଲାଗିଯିବା,ଇର୍ଷା ଏବଂ ଜଳିବା କାରଣରୁ ଏହିପରି ହୋଇଥାଏ । ଆମ ଉପରେ ନଜର ସବୁବେଳେ ରହିଥାଏ ଏହିପରି ନକାରାତ୍ମକତା ଆମକୁ କେବେ ବି ଆମ ଜୀବନରେ ଆଗକୁ ବଢିବାକୁ ଦିଏନାହିଁ ।
ସବୁବେଳେ ଦୁଃଖ ଆଉ କଷ୍ଟ ଦେଇଥାଏ । ବହୁତ ପରିଶ୍ରମ ଏବଂ ଧ୍ୟାନର ସହ କାମ କରନ୍ତି ତଥାପି କାମ ଅନୁଯାୟୀ ଯଥେଷ୍ଟ ଫଳ ମିଳିନଥାଏ । କିନ୍ତୁ ଆଜିର ଏହି ଉପାୟ ଆପଣଙ୍କ ଜୀବନରୁ ସମସ୍ତ ନକାରାତ୍ମକତା କୁ ଦୁରେଇ ଦେବ । ଗ୍ରହ ଜନିତ ଦୋଷ କୁ ଦୁର କରିବ ଯାହା ଦ୍ୱାରା ଆପଣ ଆପଣଙ୍କ ଲକ୍ଷ କୁ ପାଇପାରିବେ ।