ଓଡ଼ିଶା 365 (ବ୍ୟୁରୋ): ଦେଶର ନାଁ ‘ଇଣ୍ଡିଆ’ ବଦଳରେ ଲେଖାଯିବ କି ‘ଭାରତ’ ,ଏନେଇ ଆରମ୍ଭ ହୋଇ ଆଲୋଚନା । ଜି-୨୦ଲାଗି ରାଷ୍ଟ୍ରପତିଙ୍କ ପକ୍ଷରୁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଚ ଅଫ୍ ଭାରତ ଲେଖା ଯିବାକୁ ନେଇ ଶାସକ-ବିରୋଧି ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେ ମେ । କିନ୍ତୁ ଇଣ୍ଡିଆର ନାଁ ଭାରତ ଲେଖାଯିବା ବୋଲି ଏଯାଏଁ ସ୍ପଷ୍ଟ ହୋଇନି। ଏନେଇ କେନ୍ଦ୍ରସରକାର ଯୋଜନା କରୁଥିବା କଥା ଚର୍ଚ୍ଚା ହେଉଛି। ସ୍ୱତନ୍ତ୍ର ଅଧିବେଶନରେ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଣିପାରନ୍ତି କେନ୍ଦ୍ର ସରକାର ।କିନ୍ତୁ ଆପଣ ଜାଣନ୍ତି କି ବିଶ୍ବର ଏମିତି ଅନେକ ଦେଶ ରହିଛି ଯିଏ ନିଜ ଦେଶର ନାଁ ପରିବର୍ତ୍ତନ କରିଛନ୍ତି ।
ଶ୍ରୀଲଙ୍କା: ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା, ୧୯୭୨ରେ ବ୍ରିଟିଶଙ୍କ ଠାରୁ ସ୍ୱାଧୀନ ହୋଇଥିଲା । ପ୍ରଥମେ ଏହାର ନାଁ ଥିଲା ସିଲୋନ୍ । ପରବର୍ତ୍ତୀ ସମୟରେ ସିଲନର ନାଁ ପରିବର୍ତ୍ତନ କରି ଶ୍ରୀଲଙ୍କା କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର କିନ୍ତୁ ସରକାରୀ ଦଲିଲରୁ ସିଲନ୍ ନାଁ ସଂପୂର୍ଣ୍ଣ ହଟାଇବାକୁ ଲାଗିଥିଲା ୩୯ ବର୍ଷ।
ତୁର୍କୀ: ନିଜ ଦେଶର ନାଁ ତୁର୍କୀୟେ ଘୋଷଣା କରିଛି । ଗତବର୍ଷ ଡିସେମ୍ବରରେ ନାଁ ପରିବର୍ତ୍ତନ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।
ନେଦରଲ୍ୟାଣ୍ଡ:ନାମ ପରିବର୍ତ୍ତନ ପୂର୍ବରୁ ନେଦରଲ୍ୟାଣ୍ଡ ହଲାଣ୍ଡ ଭାବରେ ଜଣାଶୁଣା ଥିଲା। ଜାନୁଆରୀ ୨୦୨୦ରେ ଦେଶର ନାଁ ହଲାଣ୍ଡରୁ ନେଦରଲ୍ୟାଣ୍ଡକୁ ପରିବର୍ତ୍ତନ କରାଯାଇଥିଲା ।
ଇରାନ: ଇରାନ ପାରସ୍ୟ ନାଁରେ ଜଣାଶୁଣା ଥିଲା । ୫୫୦ ଖ୍ରୀଷ୍ଟାବ୍ଦରେ ଗ୍ରୀସ୍ ଏହି ଦେଶକୁ ପାରସ୍ୟ ବୋଲି ନାମକରଣ କରିଥିଲେ । ୧୯୩୫ରେ ପାଶ୍ଚାତ୍ୟ ଦେଶମାନଙ୍କୁ ପାରସ୍ୟକୁ ଇରାନ ବୋଲି ସମ୍ବୋଧନ କରିବାକୁ ଅନୁରୋଧ କରାଯାଇଥିଲା।
ମିଆଁମାର:୧୯୮୯ରେ ସାମରିକ ସରକାର ବର୍ମା ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ବର୍ମା ନାଁ ବ୍ରିଟିଶଙ୍କ ଦାସତ୍ବର ପ୍ରତୀକ ଥିଲା। ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇ ବର୍ମାରୁ ମିଆଁମାର ଭାବେ ପରିଚିତ ହୋଇଥିଲା। ବିଶ୍ବରେ ଏମିତି ଅନେକ ଦେଶ ରହିଛି ଯାହା ନାଁ ମଧ୍ୟ ବଦଳିଛି। ଦେଶର ନାଁ ‘ଇଣ୍ଡିଆ’ ନା ରହିବ ‘ଭାରତ’ ତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।