ଓଡ଼ିଶା 365 (ବ୍ୟୁରୋ): ଆଗମୀ ନିର୍ବାଚନରେ ଜଟଣୀରୁ ନିର୍ବାଚନ ଲଢିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ହେଲେ କଂଗ୍ରେସ ଟିକେଟରୁ ଲଢିବେନି ବୋଲି ଆଜି ସ୍ପଷ୍ଟ କରିଦେଇଛନ୍ତି। ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ । ଏଥିସହିତ ତାଙ୍କ ପୁଅ ୨୦୨୪ ନିର୍ବାଚନ ଲଢିବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ପୁଅ ତାଙ୍କର ଏୟାର ଇଣ୍ଡିଆର ପାଇଲଟ ଚାକିରୀ ଛାଡି ରାଜନୀତି କରିବ ଏବଂ କଂଗ୍ରେସରୁ ଟିକେଟରୁ ଲଢିବେ ବୋଲି କହୁଥିଲେ । ହେଲେ ହଠାତ ମନ୍ମଥ କଂଗ୍ରେସ ଟିକେଟରେ ଲଢିବେ ନାହିଁ ବୋଲି ଆଜି ଗଣମାଧ୍ୟ ସାମ୍ନାରେ ସୁର ରାଉତରାୟ ତଥା କଂଗ୍ରେକ କର୍ମୀଙ୍କୁ ନିରାଶ କରିଛି।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ମଥ କହିଛନ୍ତି, ସେ ଜଣେ ସମାଜସେବୀ ଏବଂ ଜଟଣୀ ପାଇଁ କାମ କରି ଆସୁଛନ୍ତି ହେଲେ କୌଣସି ପାର୍ଟି ବ୍ୟାନରରେ ନୁହେଁ । ତେବେ ରାଜନୀତିକୁ ଆସିବା ପାଇଁ ବିଭିନ୍ନ ଆଡୁ ପରାମର୍ଶ ମିଳିଲା ଆସିଲି । ହେଲେ ରାଜନୀତିରେ କ’ଣ କରିବି ସେ ବିଷୟରେ ଅକ୍ଟୋବରରେ ଘୋଷଣା କରିବି ବୋଲି କହିଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ତାଙ୍କ ବାପା ସୁର ରାଉତରାୟ ତାଙ୍କର ଜୀବନର ୬୦ ବର୍ଷ କଂଗ୍ରେସ ପାଇଁ ଦେଇ ସାରିଛନ୍ତି । ହେଲେ ମୋ ନିଷ୍ପତ୍ତି ମୁଁ ନିଜେ ନେବାଲାଗି ସ୍ୱାଧୀନତା ଦିଆଯାଇଛି । ମୋର ଏକ ନିଜସ୍ୱ ସର୍କଲ ଅଛି । ମୋ ସାଙ୍ଗସାଥୀ, ମୋ ଚିନ୍ତାଧାରା, ପରିଚୟ ସବୁ ସ୍ୱତନ୍ତ୍ର । ମୋର ବ୍ୟକ୍ତିଗତ ସ୍ତରକୁ ଦେଖି ଏବଂ ବିଧାନସଭା ମଣ୍ଡଳୀର ଜନତାଙ୍କୁ ଦେଖି ମୁଁ ନିଷ୍ପତ୍ତି ନେଇଛି ୨୦୨୪ରେ ମୁଁ କଂଗ୍ରେସ ଟିକେଟରେ ଲଢିବି ନାହିଁ । ସେ ବାପାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ପରି ନିଃସ୍ୱାର୍ଥପର ସେବା ମନୋଭାବ ନେଇ କାମ କରିବେ ବୋଲି କହିଛନ୍ତି ।