ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ର ଲୋକପ୍ରିୟ ଅଭିନେତା ସୈଫ୍ ଅଲୀ ଖାନ୍ ଓ ବଲିଉଡ ସୁନ୍ଦରୀ କରୀନା କପୁରଙ୍କ ଯୋଡି । ସମସ୍ତେ ଜାଣନ୍ତି ଯେ, ସୈଫ୍ ଅଲୀ କରୀନାଙ୍କ ପୂର୍ବରୁ ଅମୃତାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ କରୀନାଙ୍କୁ ପ୍ରେମ ବିବାହ କରିଥିଲେ ସୈଫ୍ ଅଲୀ ଖାନ୍ । ଏବେ ଚର୍ଚ୍ଚା ହେଉଛି ଯେ, ଯେତେବେଳେ ସୈଫ୍ ଅଲୀ ପ୍ରଥମ ବିବାହ କରିଥିଲେ ସେତେବେଳେ କରୀନାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । କରୀନା ସୈଫ୍ ଅଲୀଙ୍କ ବିବାହ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଅଲ୍ଲୀଙ୍କୁ ବିବାହର ଶୁଭେଚ୍ଛା ଜଣାଇଥିଲେ । ପ୍ରତିବଦଳରେ ଅଲ୍ଲୀ କରୀନାଙ୍କୁ ଥ୍ୟାଙ୍କ୍ ୟୁ ବେଟା ବୋଲି କହିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି ।
ସେପଟେ ଯେତେବେଳେ ସୈଫ୍ ଓ କରୀନାଙ୍କ ବିବାହ ହେଲା ତ ସେହି ପୁରୁଣା ଭିଡିଓକୁ ନେଇ ବହୁମାତ୍ରାରେ ଚର୍ଚ୍ଚା ହୋଇଥିଲା। ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାହାକୁ ନେଇ ବିଭିନ୍ନ ପ୍ରକାରର ମିମ୍ ବନାଇଥିଲେ। କେହି କେହି ଲେଖିଥିଲେ, ‘କେହି ଯଦି ଆପଣଙ୍କୁ ବିବାହରେ ଶୁଭେଚ୍ଛା ଜଣାଉଛି ତ ‘ବେଟା’ ବୋଲି କୁହନ୍ତୁ ନାହିଁ।
ହେଲେ ଏବେ ଉଭୟ ପତି ପତ୍ନୀ ହୋଇ ବେଶ୍ ଖୁସିରେ ତୈମୁର୍ ଓ ଜୈହଙ୍କ ସହ ଦିନ କାଟୁଛନ୍ତି ।