ଓଡ଼ିଶା 365 (ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାରଷ୍ଟ୍ରିପ୍ ପୁନରୁଦ୍ଧାର ପାଇଁ ଫିଟିଲା ବାଟ । ପ୍ରାଥମିକ ପର୍ଯ୍ୟାୟରେ ୪୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟାତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ଚିଠିର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଅମର୍ଦା ଏୟାରଷ୍ଟ୍ରିପ୍କୁ ଉଡାନ ଯୋଜନାରେ ସାମିଲ କରାଯାଇଛି ଓ ପ୍ରାଥମିକ ପର୍ଯ୍ୟାୟରେ ଏହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ୪୫ କୋଟି ଟଙ୍କା ଅନୁଦାନ ଦିଆଯାଇଥିବାର ଲେଖିଛନ୍ତି। ଏଥିସହ ପ୍ରଥମେ ଭୁବନେଶ୍ୱରରୁ ଅମର୍ଦା ଓ ଅମର୍ଦାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ଯୋଜନା ରଖାଯାଇଛି।
ସୂଚନାଯୋଗ୍ୟ, କିଛିନାସ ତଳେ ଅମର୍ଦା ରୋଡ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଉତ୍ତର ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ ପକ୍ଷରୁ ସ୍ବାଭିମାନ ପଦଯାତ୍ରା ରାସଗୋବିନ୍ଦପୁରରୁ ବାହାରି ରାଜଭବନରେ ଯାଇ କରାଯାଇଥିଲା।