ଓଡ଼ିଶା 365 (ବ୍ୟୁରୋ): ଚଳନ୍ତା ଟ୍ରେନ୍ରେ କରୁଥିଲେ ଡକାୟତି ଯୋଜନା । ୪ ଜଣଙ୍କୁ ମାଡ଼ି ବସିଲା ଜିଆରପି ଓ ଆରପିଏଫ ପୋଲିସ । ପୁରୀ ରେଳ ଷ୍ଟେସନରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବାବାଜୀ ତୋଟାର ଜଗନ୍ନାଥ ବେହେରା, ହିଞ୍ଜିଳିକାଟୁ ଅଙ୍କରୋଡା ମାଧିସାହିର ମଙ୍ଗୁଳୁ ବେହେରା, ପୁରୁଷୋତ୍ତମପୁର ବଡ଼ସାହିର ସତ୍ୟ ମହାନ୍ତି ଓ ଜଟଣୀ ରାଜା ବଜାରର ଶିବ ରାଓ ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୪ଟି ଦାମୀ ମୋବାଇଲ, ୩ଟି ଛୁରୀ, ୪ ପ୍ୟାକଟ ଲଙ୍କାଗୁଣ୍ଡ, ୨ଟି ଟ୍ରେନ୍ ଟିକେଟ, ୪ଟି କଳାମୁଖା ସହ ୭୧ ହଜାର ଟଙ୍କାର ସାମଗ୍ରୀ ଜବତ କରିଛି ।
ସୂଚନାଯୋଗ୍ୟ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ପୁରୀ ଷ୍ଟେସନ ଛାଡ଼ିବା ପରେ ଚଳନ୍ତା ଟ୍ରେନ୍ରେ ଏହି ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ତେବେ ସାମାନଙ୍କ ଗତିବିଧିରୁ ସନ୍ଦେହ ହେବାରୁ ଜିଆରପି ଓ ଆରପିଏଫ ପୋଲିସ ସେମାନଙ୍କୁ ମାଡ଼ିବସିଥିଲା। ଏହାପରେ ସେମାନଙ୍କ ବ୍ୟାଗ୍ ତଲାସୀ କରାଯିବା ପରେ ସେମାନଙ୍କ ବ୍ୟାଗରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଜିଆରପି ଓ ଆରପିଏଫ ପୋଲିସ ।