ଓଡ଼ିଶା 365 (ବ୍ୟୁରୋ): କଥାରେ ଅଛିି ଯେଉଁ ସମ୍ପର୍କରେ ଝଗଡା ଥାଏ, ସେହି ସମ୍ପର୍କ ସେତେ ଅଧିକ ମଜଭୁତ୍ ହୋଇଥାଏ । କାରଣ ଝଗଡାରୁ ହିଁ ଆରମ୍ଭ ହୋଇଥାଏ ପ୍ରେମ । ଏକଥାକୁ ପ୍ରମାଣ କରିଛନ୍ତି ବଲିଉଡର ଧର୍ମେନ୍ଦ୍ର ଦେଓଲ୍ । ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ ସମ୍ପର୍କ କୌଣସି ସିନେମା କାହାଣୀ ଠାରୁ କମ୍ ନୁହେଁ। ଧର୍ମେନ୍ଦ୍ର ଦ୍ବିତୀୟ ପତ୍ନୀ ହେମାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କର ପ୍ରତ୍ୟେକଟି କଥାକୁ ଶୁଣିବା ସହିତ ହେମାଙ୍କ ଯତ୍ନ ମଧ୍ୟ ନିଅନ୍ତି ।
ଧର୍ମେନ୍ଦ୍ର ଏକ ସାକ୍ଷାତକାରରେ କହିଥିଲେ ଯେ, ‘ମୋ ସ୍ତ୍ରୀ ହେମା। ହେମାଙ୍କ ସହିତ ମୋର ଦିନ ଝଗଡ଼ାରୁ ଆରମ୍ଭ ହୋଇଥାଏ। ସବୁବେଳେ ସ୍ତ୍ରୀଙ୍କ ସହିତ ପ୍ରାୟତଃ ଗୋଟିଏ କଥାକୁ ନେଇ ଝଗଡ଼ା ଲାଗିଥାଏ। କାରଣ ମୁଁ ଯେତେବେଳେ ଅନ୍ୟ କୌଣସି ଅଭିନେତ୍ରୀଙ୍କ ସହିତ ଫଟୋ ଉଠାଏ , ହେମା ପସନ୍ଦ କରନ୍ତିନି । ଯଦି କେବେ ବି ତାଙ୍କ ଦୃଷ୍ଟିରେ ସେମିତି କିଛି ଫଟୋ ପଡ଼ିଯାଏ, ତାହାକୁ ନେଇ ଘରେ ମୋ ସହ ଅନେକ ଝଗଡା କରନ୍ତି ହେମା । କିଛି ସମୟ ଝଗଡା କରିବା ପରେ ଆପେ ଆପେ ଶାନ୍ତ ହୋଇଯାଆନ୍ତି ହେମା । ପରେ ନିଜେ ହିଁ ଶାନ୍ତ ହୋଇ ଯାଆନ୍ତି। ହେମା ମୋ ସହ ଯେତେ ବି ଝଗଡା କଲେ ସୁଦ୍ଧା ମୁଁ ତାଙ୍କର ପ୍ରିୟର ମଣିଷ ବୋଲି କୁହନ୍ତି ହେମା । ସେ ଏକଥା ମଧ୍ୟ କୁହନ୍ତି ଯେ, ଆମ ସମ୍ପର୍କକୁ ସେ କେବେ ବି ଭାଙ୍ଗିବାକୁ ଦେବେନି । ସତରେ ହେମାଙ୍କୁ ପାଇ ମୁଁ ବହୁତ ଖୁସି ବୋଲି କୁହନ୍ତି ଧର୍ମେନ୍ଦ୍ର ।
ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ଓ ହେମାଙ୍କ ବିବାହ ୧୯୮୦ ମସିହାରେ ହୋଇଥିଲା। ସେବେଠାରୁ ଏଯାବତ ଦୁହିଁଙ୍କ ସମ୍ପର୍କ ଅତୁଟ ରହିଛି। ଧର୍ମେନ୍ଦ୍ର ଓ ହେମାଙ୍କର ଦୁଇଟି ଝିଅ ଅଛନ୍ତି । ଦୁଇଝିଅ ଇଶା ଓ ଅହାନା ବାପା ଓ ମା’ଙ୍କ ସହିତ ଖୁବ ଜଡ଼ିତ। ହେମା ଓ ଧର୍ମେନ୍ଦ୍ର ପ୍ରଥମ ଥର ୧୯୭୦ରେ ଫିଲ୍ମ ‘ତୁମ୍ ହସିନା ମୈଁ ଜବାନ’ର ସେଟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ହେଲେ ଏହି ସମୟରେ ଧର୍ମେନ୍ଦ୍ର ବିବାହିତ ଥିଲେ ଏବଂ ତାଙ୍କ ୪ ପିଲା ଥିଲେ । ହେମାଙ୍କ ପିତାମାତା ଏହି ସମୟରେ ଧର୍ମେନ୍ଦ୍ର ସହ ବିବାହ କରିବାକୁ ବିରୋଦ କରୁଥିଲେ । ହେଲେ ପରେ ହେମାଙ୍କ ବାପା ମା ବିବାହ ପାଇଁ ରାଜି ହୋଇଯାଇଥିଲେ । ସେବେଠାରୁ ଖୁସିରେ କଟୁଛି ହେମା ଓ ଧର୍ମେନ୍ଦ୍ରଙ୍କ ଜୀବନ ।