ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରୀଙ୍କୁ ଜି -୨୦ ଆପ ଡାଉନଲୋଡ କରିବାକୁ କହିଛନ୍ତି । ଆସନ୍ତା ୯ ଏବଂ ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବରୁ ମନ୍ତ୍ରୀ ମାନଙ୍କୁ ଜି -୨୦ ଆପ ଡାଉନଲୋଡ କରିବାକୁ କହିଛନ୍ତି । ଜି -୨୦ ଶିଖର ସମ୍ମିଳନୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଅନେକ ବିଦେଶୀ ଅତିଥି ୭ ତାରିଖରୁ ଭାରତ ଗସ୍ତରେ ଆସିବେ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜି -୨୦ ଶିଖର ସମ୍ମିଳନୀକୁ ସୃଙ୍ଖଳିତ ଓ ସଫଳ କରିବାକୁ ସରକାର ଏନେକ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କାରାଯାଇଛି । ସୁରକ୍ଷା ବ୍ୟବସ୍ଥାରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସବୁ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି ।