ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ଏବଂ ୧୦ ତାରିଖରେ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଏନେକ ଅତିଥି ସାମିଲ ହେବେ । ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ,ଅତୀତରେ ମଧ୍ୟ ଏପରି ଅନେକ ଘଟଣା ଘଟିଛି । ବିଭିନ୍ନ ସମୟରେ ଜି -୨୦ ରେ କିଛି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ରହିଆସିଛନ୍ତି, ଯେଉଁମାନେ କୌଣସି କାରଣରୁ ବ୍ୟକ୍ତିଗତ ଭାବରେ ଆସିପାରନାହାନ୍ତି। ତେବେ ଏଥିରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସାମିଲ ନହେଲେ କୌଣସି ଫରକ ପଡ଼ିବ ନାହିଁ ବୋଲି କହିଛନ୍ତି ଏସ୍. ଜୟଶଙ୍କର ।