ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଟଲିଉଡ୍ ସୁନ୍ଦରୀ ନୟନତାରା । ନିଜ ଅଭିନୟ ଜାଦୁରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କୁ ବାନ୍ଧି ରଖିଛନ୍ତି ନୟନତାରା । ବର୍ତ୍ତମାନ ଆଗାମୀ ଫିଲ୍ମ ‘ଜୱାନ’ପାଇଁ ଦୀର୍ଘ ଦିନ ହେବ ବେଶ ଚର୍ଚ୍ଚାରେ ରହିଥିବାବେଳେ ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।
ସୂଚନା ଅନୁଯାୟୀ, ଅଭିନେତ୍ରୀ ନିକଟରେ ନିଜର ଏକ ଇନ୍ଷ୍ଟାଗ୍ରାମ୍ରେ ଆକାଉଣ୍ଟ ଖୋଲିଥିଲେ । ଇନ୍ଷ୍ଟ୍ରାଗ୍ରାମ୍କୁ ଆସିବାର ମାତ୍ର ୧୦ ଘଣ୍ଟା ଭିତରେ ସେ ୧ ମିଲିୟନ ଫଲୋୟର୍ସ ହାସଲ କରିଥିବା ଦେଖିବାକୁ ମିଳିଛି । ଏହାସହ ସେ ବଲିଉଡ଼ର ଆଗଧାଡ଼ିର ହିରୋଇନ କାଟ୍ରିନା କୈଫଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ସେ ଦେଶର ପ୍ରଥମ ଅଭିନେତ୍ରୀ ଭାବେ ସେ ଗୋଟିଏ ଦିନରେ ୧୦ ଲକ୍ଷ ଫଲୋୟର୍ସ ହାସଲ କରିଛନ୍ତି ।
ତେବେ ବର୍ତ୍ତମାନ ତାଙ୍କ ଇନ୍ଷ୍ଟାଗ୍ରାମ୍ ଫଲୋୟର୍ସ ସଂଖ୍ୟା ୨୫ ଲକ୍ଷ ଟପିଛି ।ଅନ୍ୟପଟେ ନୟନତାରା ତାଙ୍କ ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍ ରଖିବାକୁ ପସନ୍ଦ କରନ୍ତି । ତେଣୁ ପ୍ରଥମେ ସେ ସୋସିଆଲ ମିଡ଼ିଆକୁ ଆସିବା ନେଇ ନାପସନ୍ଦ କରୁଥିଲେ । ହେଲେ ଅପକମିଙ୍ଗ ଫିଲ୍ମ ‘ଜୱାନ୍’ର ପ୍ରମୋସନ ପାଇଁ ସେ ଇନ୍ଷ୍ଟାଗ୍ରାମ୍ ଜରିଆରେ ସୋସିଆଲ ମିଡ଼ିଆରେ ପାଦ ଥାପିଥିଲେ ।