ଓଡ଼ିଶା 365 (ବ୍ୟୁରୋ): ଅକ୍ଟୋବରରୁ ଭାରତରେ ଆରମ୍ଭ ହେବ ପୁରୁଷ ଦିନିକିଆ ବିଶ୍ୱକପ୍ । ଅଷ୍ଟ୍ରେଲିଆ ଘୋଷଣା କରିଛି ୧୫ ଜଣିଆ ଟିମ୍ । ପାଟ୍ କମିନ୍ସଙ୍କୁ ମିଳିଛି ଅଧିନାୟକ ଦାୟିତ୍ୱ । ଅକ୍ଟୋବର ୫ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳାଯିବ । ଅକ୍ଟୋବର ୮ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପରେ ପ୍ରଥମ ମ୍ୟାଚ୍ ଖେଳିବ । ୧୫ ଜଣିଆ ଅଷ୍ଟ୍ରେଲିଆ ଦଳରେ, ପାଟ୍ କମିନ୍ସ ,ଷ୍ଟିଭ୍ ସ୍ମିଥ୍, ଆଲେକ୍ସ କ୍ୟାରି, ଜୋସ୍ ଇନ୍ଗ୍ଲିସ୍, ସେନ୍ ଆବଟ, ଆଷ୍ଟନ ଆଗର, କ୍ୟାମେରୁନ୍ ଗ୍ରୀନ୍, ଜୋସ୍ ହେଜେଲହୁଡ୍, ଟ୍ରାଭିସ୍ ହେଡ୍, ମିଚେଲ୍ ମାର୍ସ, ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍, ମାର୍କସ ଷ୍ଟଇନିସ୍, ଡେଭିଡ୍ ଓ୍ୱାର୍ଣ୍ଣର, ଆଡମ୍ ଜାମ୍ପା, ମିଚେଲ୍ ଷ୍ଟାର୍କ ଭଳି ଷ୍ଚାର ଖେଳାଳି ରହିଛନ୍ତି।
୧୯୭୫ରୁ ଆରମ୍ଭ ହୋଇଥିବା ଦିନିକିଆ ବିଶ୍ୱକପ୍ରେ ଏଯାଏଁ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି ।ଗୌହାଟୀ ଏବଂ ଥିରୁଅନନ୍ତପୁରମ୍ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ୟ୍ୟନ୍ତ ଅଭ୍ୟାସ୍ ମ୍ୟାଚ୍ ଖେଳାଯିବ ।ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୫ରୁ ନଭେମ୍ବର ୧୯ଯାଏଁ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ। ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ବକପ ମ୍ୟାଚ୍ । ସବୁ ଦଳ ମଧ୍ୟରେ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଫ୍ୟାନଙ୍କ ଅପେକ୍ଷା ବିଶ୍ବକପକୁ।