ଓଡ଼ିଶା 365 (ବ୍ୟୁରୋ): ଏସିଆକପ ଲାହୋରରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଆଫଗାନିସ୍ତାନକୁ ମାତ୍ର୨ରନରେ ହରାଇଛି ଶ୍ରୀଲଙ୍କା। ଆଫଗାନିସ୍ତାନ ଆଶା ଭାଙ୍ଗିଥିବାବେଳେ ସୁପର-୪ରେ ପ୍ରବେଶ କରିଛି ଶ୍ରୀଲଙ୍କା। ଦ୍ବିତୀୟ ଦଳ ଭାବେ ଏସିଆ କପରୁ ବାଦ୍ ପଡିଛି ଆଫଗାନିସ୍ତାନ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୫୦ ଓଭରରେ ୮ ୱିକେଟ ହରାଇ ୨୯୧ ରନ କରିଥିଲା, ମାତ୍ର ୩୭.୪ ଓଭରରେ ୨୮୯ରନ କରି ବିଜୟ ଦ୍ବାରରେ ପହଞ୍ଚିଥିଲେ ମଧ୍ୟ ଅଲଆଉଟ୍ ହୋଇଥିଲା ଆଫଗାନିସ୍ତାନ ।ଶ୍ରୀଲଙ୍କା ପକ୍ଷରୁ ଦ୍ରୁତ ବୋଲର କସୁନ ରଜିଥା ସର୍ବାଧିକ ୪ ଓ୍ଵିକେଟ୍ ନେଇଥିଲେ । ୯୨ ରନର ଇନିସଂ ଖେଳିଥିବା କୁଶଲ ମେଣ୍ଡିସ ହାତେଇଥିଲେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର । ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ମାତ୍ର ୩୨ ବଲରୁ ୬୫, ହସମତୁଲ୍ଲା ସାହିଦି ୫୯ ରନ ପାର କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଏହି ମ୍ୟାଚ୍ ପରେ ଏସିଆ କପ୍ରେ ସୁପର-୪ରେ ପ୍ରବେଶ କରିସାରିଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ।