ଓଡ଼ିଶା 365 (ବ୍ୟୁରୋ) : ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ତମ ଏସିଆନ-ଭାରତ ଓ ଇଷ୍ଚ – ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାତିରେ ନୂଆଦିଲ୍ଲୀରୁ ଇଣ୍ଡୋନେସିଆ ଯିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏସିଆନ-ଭାରତ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଭାରତ, ଅଷ୍ଟ୍ରେଲିଆ, ଚାଇନା,ଜାପାନ, ରିପବ୍ଲିକ ଅଫ କୋରିଆ, ନ୍ୟୁଜିଲ୍ୟାଣ୍ଡ, ରୁଷିଆ ଏବଂ ଆମେରିକା ଏକତ୍ରିତ ହେବେ । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନବମ ଏସିଆନ-ଭାରତ ସମ୍ମିଳନୀ । ସମ୍ମିଳନୀ ସମାପ୍ତ କରି ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୭ ସାରେ ଭାରତ ଫେରିଆସିବେ ବୋଲି ଜଣାପଡ଼ିଛି ।
ଜି -୨୦ଶିଖର ସମ୍ମିଳନୀ ଭାରତରେ ଆୟୋଜନ ହେଉଛି । ଚଳିତ ମାସ ୯ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି । ଭାରତୀୟ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହି ପରିଦର୍ଶନ ବିଶ୍ୱକୁ ଏକ ବାର୍ତ୍ତା ପଠାଇବ ଯେ, ଭାରତ ନିଜର ଅଞ୍ଚଳ ଏବଂ ଏସିଆନ କେନ୍ଦ୍ରୀୟତାକୁ କେତେ ଗୁରୁତ୍ୱ ଦେଉଛି ।