ଓଡ଼ିଶା 365 (ବ୍ୟୁରୋ): ହାତୀଙ୍କ ଉପରେ ବନ ବିଭାଗର ଖାମଖିଆଲ ନଜର ଯୋଗୁଁ ଅଧିକାଂଶ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହାତୀ ଉପଦ୍ରବର ଖବର ଆସୁଛି। କେଉଁଠି ଅକାଳରେ ଲୋକଙ୍କ ଜାବନ ଯାଉଛି ତ କେଉଁଠି ଘରଦ୍ୱାର ଭାଙ୍ଗୁଛନ୍ତି। ତ ପୁଣି କେଉଁଠି ଫସଲ ଉଜାଡ଼ିଦେଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ମାତିଛନ୍ତି ହାତୀ ପହ୍ଲ । ଏକ ମାସରୁ ଅଧିକ ହେବ ୪ ଟିକିଆ ହାତୀ ପଲ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।
୪ଟି ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲକୁ ଯିବା ସହିତ ସଂଧ୍ୟା ହେଲେ ଗାଁ ମୁହାଁ ହେଉଛନ୍ତି । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଜଙ୍ଗଲ ବିଭାଗ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛି । ଏକ ମାସ ହେବ ହାତୀ ଉପଦ୍ରବ କରୁଥିବାରୁ ଗାଁଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲୋକେ ରାତି ଅନିଦ୍ରା ହୋଇ ଜଗି ରହୁଛନ୍ତି । ଏଥି ପାଇଁ ବନ ବିଭାଗକୁ ବାରମ୍ବାର ଜଣାଇ ଥିଲେ ହେଁ ବନ ବିଭାଗ ଏଯାଏଁ ଏହାର ପ୍ରିକାର କରିପାରିନି। ଫଳରେ ଲୋକଙ୍କ ଜୀବନ ଦୁର୍ଦ୍ଦଶା ମୟ ହୋଇଯାଇଛି।