ଓଡ଼ିଶା 365 (ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି -୨୦ ଶିଖର ସମ୍ମିଳନୀକୁ ଆୟୋଜିତ ହେବ । ତେବେ ଅନେକ ବିଦେଶୀ ଅତିଥି ୭ ତାରିଖରୁ ଭାରତ ଗସ୍ତରେ ଆସିବେ । ଏଥି ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜି -୨୦ ଶିଖର ସମ୍ମିଳନୀକୁ ସୃଙ୍ଖଳିତ ଓ ସଫଳ କରିବାକୁ ସରକାର ଏନେକ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସବୁ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଶିଖର ସମ୍ମିଳନୀକୁ ସଫଳ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏହି ସମୟ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବ୍ୟତୀତ, ଦିଲ୍ଲୀ-ଏନସିଆରରେ ଅନେକ ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସେହିପରି ସମ୍ମିଳନୀ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ଅତି ସୁନ୍ଦର ଭାବେ ସଜାଯାଇଛି। ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ଦିଲ୍ଲୀ ।