ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ୯ ଏବଂ ୧୦ ସେପ୍ଟେମ୍ବରରେ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀକୁ ଆୟୋଜିତ ହେବ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏକ ନିର୍ଦ୍ଦେଶାବଳୀ ଜାରି କରିଛି । ନିର୍ଦ୍ଦେଶାବଳୀ ଅନୁସାରେ, ଦିଲ୍ଲୀର ମଥୁରା ରୋଡ, ଭୌରା ରୋଡ, ପୁରୁଣା କିଲା ରୋଡ ଏବଂ ପ୍ରଗତି ମଇଦାନ ଟନେଲ ଭିତରୁ କୌଣସି ମାଲବାହି, ବାଣିଜ୍ୟିକ ଯାନ, ଆନ୍ତ ରାଜ୍ୟ ବସ୍, ସହର ଭିତରେ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ପ୍ରତିବନ୍ଧକ ୭ ସେପ୍ଟେମ୍ବର ରୁ ୧୦ସେପ୍ଟେମ୍ବର ରାତି ପର୍ଯ୍ୟନ୍ତ ରହିବ। ତେବେ ନୂଆ ଗାଇଡଲାଇନ ଅନୁସାରେ ସମସ୍ତଙ୍କୁ ନିୟମ ପାଳନ କରିବାକୁ ହେବ । ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ସୂଚନା ଦେଇଛି ।