ଓଡ଼ିଶା 365 (ବ୍ୟୁରୋ): ଛୋଟ ଠୁ ବୃଦ୍ଧ ସମସ୍ତେ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି। ଅଣ୍ଡା ଯେତିକି ସ୍ବାଦିଷ୍ଟ ସେତିକି ପୃଷ୍ଟିକର ମଧ୍ୟ । ଅଣ୍ଡାକୁ ନେଇ ଅନେକ ପ୍ରକାରର ରେସିପି ବନାଯାଇଥାଏ । ଭାତ, ରୁଟି ସବୁଥିରେ ଖାଇବାକୁ ଭଲଲାଗିଥାଏ । ହେଲେ ଆପଣ ମାନେ ସାଧାରଣତଃ ବଜାରରେ ମିଳୁଥିବା ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ଦେଖିଥିବେ , କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ?
ସବୁଜ ରଙ୍ଗର ଅଣ୍ଡା ୧୨ଟି କୁକୁଡ଼ା ଅଣ୍ଡା ସହିତ ସମାନ ହୋଇଥାଏ। ଯାହାର ଚାହିଦା ଏବେ ବଜାରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଏହାର ଚାହିଦା ବେଶୀ ନଥିଲା। କାରଣ ଏମୁ ପକ୍ଷୀର ସବୁଜ ଅଣ୍ଡା ଖିଆଯାଏ ବୋଲି ଲୋକମାନେ ଜାଣି ନଥିଲେ। ଏତେବଡ଼ ଅଣ୍ଡା ଦେଖି ଲୋକମାନେ ଭୟ କରୁଥିଲେ ।
ଏହି ସବୁଜ ଅଣ୍ଡା ଏମୁ ପକ୍ଷୀ ଦେଇଥାଏ । ଏହି ଅଣ୍ଡା ଦେଖିବାକୁ ଯେମିତି ସୁନ୍ଦର ସ୍ବାଦ ବି ସେମିତି । ତେବେ ଗୋଟିଏ ସବୁଜ ଅଣ୍ଡା ୧୨ଟି କୁକୁଡ଼ା ଅଣ୍ଡା ସହିତ ସମାନ ହେବ ବୋଲି କୁହାଯାଉଛି। ଏହାର ଓଜନ ପ୍ରାୟ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ ପର୍ୟ୍ୟନ୍ତ ହୋଇପାରେ । ଏହାର ଗୋଟିଏ ଅଣ୍ଡାକୁ ୫ରୁ୬ ଜଣ ଲୋକ ଖାଇପାରିବେ ।